ଜୟପୁରରେ ଖୋଲିବ ଓଡିଶା ଆଦର୍ଶ ବିଦ୍ୟାଳୟ: ଜମି ଖୋଜା ଆରମ୍ଭ

ଜୟପୁର: ଜୟପୁର ବ୍ଲକରେ ପୂର୍ବରୁ ଜୟନ୍ତଗିରୀ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି। ଏହା ବାଦେ ଆଉ ଗୋଟିଏ ନୂଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ଜୟପୁର ସଦରମହକୁମା ଠାରେ ଖୋଲିବ। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏ ‌ ନେଇ ଜିଲ୍ଲାପ୍ରଶାସନକୁ ଚିଠି ଆସିଛି।  ଜିଲ୍ଲାପାଳ ମହମ୍ମଦ ଆବ୍ଦାଲ ଆକ୍ତର ଜୟପୁର ଉପଜିଲ୍ଲାପାଳ‌ ବେଦବର ପ୍ରଧାନ ଓ ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀଙ୍କୁ ଏହି ନୂଆ ବିଦ୍ୟାଳୟ ପାଇଁ ଜମି ଖୋଜିବା ପାଇଁ ‌ନିର୍ଦ୍ଦେଶ ଦେଇଛନ୍ତି। ସହରର ନିକଟବର୍ତ୍ତୀ ଅଂଚଳରେ ଏହି ସରକାରୀ ଜମି ଖୋଜିବାକୁ କହିଛନ୍ତି।

ଏଠାରେ ସ୍କୁଲ କୋଠା, ଛାତ୍ରାବାସ ସହ ଷ୍ଟାଫକ୍ବାର୍ଟର  ନିର୍ମାଣ କରାଯିବ। ଏହା ସହ ଖେଳପଡ଼ିଆ ବି ରହିବା ଦରକାର ବୋଲି ଜିଲ୍ଲାପାଳ କହିଥିଲେ। ପ୍ରଶାସନ ପକ୍ଷରୁ ଏଭଳି ଜମି ଖୋଜା ଆରମ୍ଭ ହୋଇଛି। ଏହି ବିଦ୍ୟାଳୟ ସହର ମଧ୍ୟରେ ଖୋଲିଲେ ପୂର୍ବରୁ ଜୟପୁର ବ୍ଲକର କୋଣ ଅନୁକୋଣର ବହୁ ଦୁର୍ଗମ ଗାଁ ଗହଳିରୁ ନାନା ହଇରାଣ ହରକତ ହୋଇ ୧୮କିଲୋମିଟର ଦୁରରେ ଥିବା ଜୟନ୍ତଗିରୀ ଓଏଭିକୁ ଯାଉଥିଲେ। ପିଲାଙ୍କ ଭାଗବଣ୍ଟା ଉଭୟ ବିଦ୍ୟାଳୟରେ ହେବା ସହ ଯେଉଁ ପିଲା ସିଟ୍ ପାଉନଥିଲେ ସେମାନେ ବି ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର