ରାଉରକେଲା: ସ୍ଥାନୀୟ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାର ଦ୍ବିତୀୟ ଦିନରେ ବି ଗୋଲ୍‌ ବର୍ଷା ଜାରି ରହିଛି। ଶୁକ୍ରବାର ୪ଟି ମ୍ୟାଚ୍‌ରେ ୪୯ଟି ଗୋଲ୍‌ ହୋଇଛି।

Advertisment

ଶୁକ୍ରବାର ସକାଳେ ପ୍ରଥମ ମ୍ୟାଚ୍‌ ଦିଲ୍ଲୀ ଓ ଆସାମ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ଦିଲ୍ଲୀ ସହଜରେ ୫-୨ ଗୋଲରେ ଜିତି ନେଇଥିଲା। ମ୍ୟାଚ୍‌ର ୮ ମିନିଟ୍‌ରେ ଆଫ୍ରିଦ୍ ଆସାମ ଦଳକୁ ପ୍ରଥମ ଗୋଲ୍ ଦେବାରେ ସଫଳ ହୋଇଥିଲେ। ସେ ଦିଲ୍ଲୀ ଦଳରେ ସର୍ବାଧିକ ଗୋଲ୍ ୪ଟି ଦେଇଥିଲେ। ଦ୍ବିତୀୟ ମ୍ୟାଚ୍ ଚଣ୍ଡିଗଡ଼ ଓ ରାଜସ୍ଥାନ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍‌ ସଂପୂର୍ଣ୍ଣ ଏକତରଫା ହୋଇଥିଲା। ଛଣ୍ଡିଗଡ଼ ଦଳ ମ୍ୟାଚ୍‌ ସାରା ଆଧିପତ୍ୟ ବିସ୍ତାର କରି ୧୯-୦ ଗୋଲ୍‌ରେ ବିଜୟୀ ହୋଇଛି। ଚଣ୍ଡିଗଡ଼ ଦଳର ଗୁରୁପ୍ରୀତ ସିଂହ ୩ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲେ। ସେ ୩, ୮, ୨୩, ୨୪, ୨୯, ୪୮, ୫୧, ୫୫, ୫୬ ମିନିଟ୍‌ରେ ସର୍ବାଧିକ ୯ଟି ଗୋଲ୍‌ ଦେଇଥିଲେ। ସେହିଭଳି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚ୍‌ ଅରୁଣାଚଳ ପ୍ରଦେଶ ଓ ଗୁଜୁରାଟ ମଧ୍ୟରେ ହୋଇଥିଲା।

ମ୍ୟାଚ୍ ସନ୍ଧ୍ୟା ୫.୩୦ରେ ଆରମ୍ଭ ହେବାକୁ ଥିବା ବେଳେ ଭୀଷଣ ବର୍ଷା ଓ ପବନ ଆରମ୍ଭ ହୋଇ ଯାଇଥିଲା। ତେଣୁ ନିର୍ଦ୍ଧାରିତ ସମୟର ପ୍ରାୟ ୩୦ ମିନିଟ୍‌ ବିଳମ୍ବରେ ଖେଳ ଆରମ୍ଭ ହୋଇଥିଲା। ତାହା ମଧ୍ୟ ଏକ ଏକତରଫା ମ୍ୟାଚ୍‌ ହୋଇଥିଲା। ସେଥିରେ ଅରୁଣାଚଳ ପ୍ରଦେଶ ୧୩- ୦ ଗୋଲ୍‌ରେ ଗୁଜରାଟକୁ ପରାସ୍ତ କରିଥିଲା। ମ୍ୟାଚ୍‌ର ୨ ମିନିଟରେ ମହମ୍ମଦ ଜାହିଦ୍ ପ୍ରଥମ ଗୋଲ୍ ଦେଇଥିଲେ। ଏହାପରେ ଜମିର୍ ୪, ୨୨, ୨୫, ୩୭, ୫୨ ମିନିଟ୍‌ରେ ସର୍ବାଧିକ ୫ଟି ଗୋଲ୍ ଦେଇଥିଲେ। ଏହି ମ୍ୟାଚ୍‌ର ୨୭ ମିନିଟ୍‌ରେ ଗୁଜୁରାଟ ଦଳର ପ୍ରବୀଣ ଚୌଧୁରୀଙ୍କୁ ଗ୍ରୀନ୍‌ କାର୍ଡ଼ ଦିଆଯାଇଥିଲା। ଆଜିର ଚତୁର୍ଥ ମ୍ୟାଚ୍ ବା ଶେଷ ମ୍ୟାଚ୍ ବିହାର ଓ ମିଜୋରାମ ମଧ୍ୟ ଖେଳାଯାଇଥିଲା। ଏହି ମ୍ୟାଚ୍‌କୁ ସହଜରେ ବିହାର ୯-୧ ଗୋଲ୍‌ରେ ଜିତି ନେଇଥିଲା। ମିଜୋରାମ ଦଳର ଲାଲ୍‌ରୋସାଙ୍ଗ ୧୪ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲେ। ତେବେ ବିହାର ଦଳର ଅମରେନ୍ଦ୍ର କୁମାର ସିଂହ ୧୫ ମିନିଟ୍‌ରେ ପ୍ରଥମ ଗୋଲ୍ ଦେଇଥିଲେ। ତା’ପରେ ସେ ୩୩, ୩୪, ୩୯ ଓ ୪୫ ମିନିଟ୍‌ରେ ସର୍ବାଧିକ ମୋଟ୍‌ ୫ଟି ଗୋଲ୍ ଦେଇଥିଲେ। ଶନିବାର ଦିନ ୬ଟି ମ୍ୟାଚ୍‌ ଖେଳାଯିବ।