ରାଉରକେଲା: ଜାତୀୟ କ୍ରୀଡ଼ା ଦିବସ ଅବସରରେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି) ପକ୍ଷରୁ ପ୍ରଦର୍ଶନୀ ମହିଳା ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ସୋମବାର ଇସ୍ପାତ ଷ୍ଟାଡିୟମରେ ଓଡ଼ିଶା ଏକାଦଶ ଓ ଆରଏସପି ଏକାଦଶ ମଧ୍ୟରେ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଓଡ଼ିଶା ଏକାଦଶ ଦଳ ଏକତରଫାଭାବେ ୬-୧ ଗୋଲ୍ ଆୟୋଜକ ଦଳକୁ ପରାସ୍ତ କରିଛି।
/sambad/media/post_attachments/wp-content/uploads/2022/08/0a0d68d8-023a-43c1-841d-f639c0dc2679-e1661782190161.jpg)
ଅନେକ ଜାତୀୟ ଖେଳାଳିଙ୍କୁ ନେଇ ଗଠିତ ଓଡ଼ିଶା ଏକାଦଶ ମ୍ୟାଚ୍ସାରା ନିଜର ଦବ୍ଦବା ଜାରି ରଖିଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଓଡ଼ିଶା ଏକାଦଶ ୪-୧ ଗୋଲ୍ରେ ଆଗୁଆ ଥିବାବେଳେ ଖେଳ ଶେଷ ହେବା ବେଳକୁ ଆଉ ୨ଟି ଗୋଲ ଦେଇ ବ୍ୟବଧାନ ବଢ଼ାଇଥିଲା। ବିଜୟୀ ଦଳର ଦୀପା ନାୟକ ଓ ସତ୍ୟବତୀ ଖଡ଼ିଆ ୨ଟି ଲେଖାଏଁ ଗୋଲ୍ ଏବଂ ଜବାମଣି ଟୁଡୁ ଓ ମାଳତୀ ମୁଣ୍ଡା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଆରଏସପି ଦଳର ଭାରତୀ ଏକମାତ୍ର ଗୋଲ୍ ପରିଶୋଧ କରିଥିଲେ। ପ୍ରଦର୍ଶନୀ ମ୍ୟାଚ୍କୁ କମିଶନର ଭାସ୍କର ନନ୍ଦ, ସୁଶାନ୍ତ ଧରତୀ, ଥବିର ଗରୁଡ଼, ରାଜକୁମାର ପାଣିଗ୍ରାହୀ, ପ୍ରଦୀପ୍ତ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଆର୍ଏସ୍ପି ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ. ସାହୁ, ସହର ପ୍ରଶାସନ ଓ ସିଏସଆର ବିଭାଗ ସିଜିଏମ ଏ.କେ. ନାୟକ ଯୋଗଦେଇଥିଲେ। ସହର ସେବା ବିଭାଗର ଭାରପ୍ରାପ୍ତ ଜିଏମ ପି.କେ. ଦାସ, ଆସିଷ୍ଟାଣ୍ଟ ମ୍ୟାନେଜର (କ୍ରୀଡ଼ା) ରଘୁ ପାଢ଼ୀ, ଅନିଲ ମଲ୍ଲିକ ପ୍ରମୁଖ ମ୍ୟାଚ ଆୟୋଜନରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/9de286d1-af57-4fdf-b4bb-b2c4a1637438.jpg)