ଚୋରି ଅଭିଯୋଗରେ ଯୁବକଙ୍କୁ ସର୍ବସମ୍ମୁଖରେ ଆଣ୍ଠେଇବା ସହ ମାଡ଼ ମାରିଲେ ଲୋକେ

ବାଲେଶ୍ୱର : ଆଜି ସକାଳେ ବାଲେଶ୍ୱର ରେଳ ଷ୍ଟେସନରେ ଜଣେ ଯୁବକଙ୍କୁ ମାଡ଼ ମରାଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସକାଳ ୫ଟାରେ ଚୋରି ଅଭିଯୋଗରେ କିଛି ଯୁବକ ଅଭିଯୁକ୍ତଙ୍କୁ ମାଡ଼ ମାରିବା ସହ ଆଣ୍ଠେଇବାକୁ କହିଥିଲେ ।

ସୂଚନା ମୁତାବକ, ସକାଳ ୫ଟାରେ ଅଭିଯୁକ୍ତ ଜଣେ ଯାତ୍ରୀଙ୍କ ବ୍ୟାଗ୍‌ ଚୋରି କରୁଥିବା ଦେଖି ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଘେରି ଯାଇଥିଲେ । ଏହା ପରେ ପୁଲିସକୁ ଖବର ନ ଦେଇ ଅଭିଯୋଗକାରୀ ଓ କିଛି ଯୁବକ ମିଶି ଅଭିଯୁକ୍ତଙ୍କୁ ମାଡ଼ ମାରିବା ସହ ସର୍ବସମ୍ମୁଖରେ ଆଣ୍ଠେଇବାକୁ କହିଥିଲେ । ରାସ୍ତାରେ ଯାଉଥିବା ଲୋକେ ଏହି ଦୃଶ୍ୟ ଦେଖି ମଧ୍ୟ କେହି ପାଟି ଫିଟାଇ ନଥିଲେ ।

ସମ୍ବନ୍ଧିତ ଖବର