କୋଟିଆରେ ଓଡ଼ିଶାର ବିକାଶ ଦେଖି ଆନ୍ଧ୍ର ଛାନିଆ, ଆନ୍ଧ୍ର ସରକାରଙ୍କୁ ଚିଠି ଲେଖିଲେ ପୂର୍ବତନ ସରପଞ୍ଚ

ପଟ୍ଟାଙ୍ଗି : କୋଟିଆକୁ ନେଇ ଆନ୍ଧ୍ର ଓ ଓଡିଶା ମଧ୍ୟରେ ରାଜନୀତି  ଜୋର ଧରିବାରେ ଲାଗିଛି । ତେବେ କୋଟିଆରେ ଓଡ଼ିଶାର ବିକାଶକୁ ନେଇ ଆନ୍ଧ୍ରର କିଛି ସରପଞ୍ଚ ଛାନିଆ ହୋଇଯାଇଛନ୍ତି । ଏ ନେଇ ସେମାନେ  ଏକ ଚିଠି ମାଧ୍ୟମରେ ବିକାଶ ନିମନ୍ତେ ଆନ୍ଧ୍ର ସରକାରଙ୍କୁ ଜଣାଇଛନ୍ତି ।

କେବଳ କାଗଜ କଲମରେ ବିକାଶ କରୁଥିବା ଏବଂ ଲୋକଙ୍କୁ କଥା କହି ପ୍ରଲୋଭିତ କରାଉଛି ଆନ୍ଧ୍ର । ଆଜି କୋଟିଆ ଗ୍ରାମପଞ୍ଚାୟତର ତଲଗଞ୍ଜେଇପଦର ଗ୍ରାମକୁ ନେଇ ଆନ୍ଧ୍ର ଉକ୍ତ ଗ୍ରାମକୁ ଗଞ୍ଜେଇଭାଦ୍ରା ନାମରେ ପରିବର୍ତ୍ତନ କରି ସେଠାରେ ଏକ ଗ୍ରାମ ପଞ୍ଚାୟତର ମାନ୍ୟତା ଦେଇଛି ଓ ଉକ୍ତ ଗ୍ରାମପଞ୍ଚାୟତର  ପୂର୍ବତ୍ତନ ସରପଞ୍ଚ ତଥା ଆନ୍ଧ୍ରର ଏଜେଣ୍ଟ ଗେମେଲ ଦିବାକର ଏକ ଚିଠି ମାଧ୍ୟମରେ  ପର୍ବତୀପୁରମ ପି ଆଇଟି ଡି ଏ ଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ଓଡିଶା ସରକାର କରିବା ପୂର୍ବରୁ ଆନ୍ଧ୍ର ସୀମାନ୍ତରେ ଏକ ସରକାରୀ ଆବାସିକ ଆଦିବାସୀ କଲେଜ ଖୋଲିବା ସହ ଉଚ୍ଚ ଶିକ୍ଷା ନିମନ୍ତେ ସାଲୁର ନିକଟ ପି କନାବାଲାସା ଗ୍ରାମରେ ରହିଥିବା ସରକାରୀ ଆବାସିକ କଲେଜରେ ସୀମାନ୍ତ ପିଲାଙ୍କ ସକାଶେ ୪୦ପ୍ରତିଶତ ସଂରକ୍ଷତ ରଖିବାକୁ ଦାବି କରିଛନ୍ତି ।  ଝିଅ ପିଲାଙ୍କ ଉଚ୍ଚ ଶିକ୍ଷା ନିମନ୍ତେ  ଏକ କଲେଜ ଖୋଲିବା ନିମନ୍ତେ ମଧ୍ୟ ଦାବି ଜଣାଇଛନ୍ତି ପୂର୍ବତ୍ତନ ସରପଞ୍ଚ ଶ୍ରୀ ଗେମେଲ ।

ସୂଚନଯୋଗ୍ୟ ଯେ, ଗତ ୦୬ତାରିଖରେ ଆନ୍ଧ୍ର ପ୍ରଦେଶର ଲୋକସତା ପାର୍ଟିର ରାଜ୍ୟ ସଭାପତି ଭି. ସେଠି ବାବଜୀ କୋଟିଆ ପଞ୍ଚାୟତର କିଛି ଗ୍ରାମକୁ ଗସ୍ତ କରିବା ସହ ଆସନ୍ତା ଅଗଷ୍ଟ ୧୫ଦିନ ପ୍ରତ୍ୟେକ କୋଟିଆର ଗାଁରେ ତେଲୁଗୁଭାଷା ର ଫଳକ ଲଗାଇବା ନିମନ୍ତେ ଯେଉଁ ଯୋଜନା କରିଛନ୍ତି ତାକୁ ସାମନା କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ତତ୍ପରତା ଦେଖିବାକୁ ମିଳିଛି।

ବିଶେଷ ସୂତ୍ରରୁ ସୂଚନା ଅନୁଯାୟୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆଜି ସରକାରୀ ଅଧିକାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଉକ୍ତ ବୈଠକରେ ଅଗଷ୍ଟ ୧୫ଦିନ ସମସ୍ତ ବ୍ଲକ ଅଧିକାରୀ କୋଟିଆର ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଥିବା ଆଲୋଚନା ହୋଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର