କଟକ: କଟକ ଜିଲ୍ଲା ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ନିକଟସ୍ଥ ଅମଙ୍ଗେଇକୁଦରେ ଫସିଥିବା ବାପା ପୁଅଙ୍କୁ ଓଡ୍ରାଫ ଟିମ ଉଦ୍ଧାର କରିଛି | ଚାରିଦିନ ହେବ ଅମଙ୍ଗେଇକୁଦକୁ ଯାଇଥିବା ବେଳେ ହଠାତ ନଦୀରେ ପାଣି ଆସିବା ଯୋଗୁ ବାପ-ପୁଅ ସେଠାରେ ଫସି ରହିଥିଲେ | ଆଉ ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ଅନୁରୋଧ କରିଥିଲେ | ଏହା ପରେ ଉଦ୍ଧାର ପାଇଁ ଓଡ୍ରାଫର ଏକ ଟିମ ଅମଙ୍ଗେଇକୁଦ ଯାଇଥିଲେ | ଏହା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି |
ଉଲ୍ଲେଖ ଥାଉ କି କନ୍ଦରପୁର ଗ୍ରାମର ବାପ-ପୁଅ ଧର୍ଯ୍ୟଧର ଦଳାଇ, ଭଜମନ ଦଳାଇ ନିଜ ହୁଲି ଡ଼ଙ୍ଗା ଯୋଗେ ଖାଦ୍ୟ ଓ ବସ୍ତ୍ର ଧରି ମହାନଦୀ ମଝିରେ ଥିବା ଅମଙ୍ଗେଇକୁଦକୁ ଆଜିକୁ ଚାରିଦିନ ହେବ ଯାଇଥିଲେ | ୫୦ରୁ ଉର୍ଧ୍ଵ ଛେଳିକୁ ଚରେଇବାକୁ ନେଇ ଯାଇଥିଲେ | ତେବେ ମହାନଦୀରେ ବନ୍ୟା ଆସିବାରୁ ଆଉ ମହାନଦୀ ପାର ହୋଇ ଘରକୁ ଆସି ନ ପାରି ସେଠାରେ ଫସି ରହିଥିଲେ | ସେମାନଙ୍କୁ ଉଦ୍ଧାର କରିବାକୁ ସ୍ଥାନୀୟ ଲୋକ ପ୍ରଶାସନକୁ ଅନୁରୋଧ କରିଥିବାବେଳେ ଆଜି ଓଡ୍ରାଫ ଟିମ ସେମାନଙ୍କୁ ଉଦ୍ଧାର କରିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/a2bc2dbe-2781-40cd-ab62-d3bbf3bf49fe.jpg)