ଜୟପୁର: ଭିନ୍ନକ୍ଷମ , ବୃଦ୍ଧ ଓ ଶଯ୍ୟାଶାୟୀ ହିତାଧିକାରୀଙ୍କ ଘରକୁ ଘର ବୁଲି ସେମାନଙ୍କ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛନ୍ତି ଜୟପୁର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଗତ କାଲି ସେ ୱାର୍ଡ ନଂ ୨୫ ଓ ୱାର୍ଡ ନଂ ୨୮ରୁ ଏହା ଆରମ୍ଭ କରିଛନ୍ତି। କିଛି ହିତାଧିକାରୀଙ୍କ ସ୍ବସ୍ଥ୍ୟଗତ ସମସ୍ୟା ଏବଂ ଘର ନଥିବା ଏବଂ କିଭଳିବଂଚୁଛନ୍ତି ସେ ସଂପର୍କରେ ସେ ତଥ୍ୟ ପାଇଥିବା କହିଛନ୍ତି। ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ଦିଆଯାଉଥିବା ଭତ୍ତାକୁ ଅଧିକା ସରଳୀକରଣ କରିବା ଏବଂ ଆବଶ୍ୟକସ୍ଥଳେ କିଭଳି ଭତ୍ତା ସେମାନଙ୍କ ଘରକୁ ନେଇ ପହଚାଂଇବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ।

Advertisment

publive-image Sambad

କିଛି ହିତାଧିକାରୀ ଭତ୍ତା ପାଉଥିବା ବେଳେ ଅନ୍ୟ ଯୋଜନା ଗୁଡିକର ଲାଭ ପାଉନଥିବା, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେଇଥିଲେ ହେଁ ସେହି ଆକାଉଣ୍ଟରେ ଟଙ୍କାଜମା ହୋଇପାରୁନଥିବା, ଆଧାରକାର୍ଡ ନମ୍ବର ଦେଇ ନଥିବା ଏଭଳି କିଛିଆପତ୍ତି ଅଭିଯୋଗ ସେ ପାଇଥିବା ବେଳେ ତାହାକୁ କିଭଳି ତୁରନ୍ତ ସଂଶୋଧିତ କରାଯାଇ ସବୁ ହିତାଧିକାରୀ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇବେ ସେ ଦିଗରେ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ। ୨୮ନଂ ୱାର୍ଡ କାଉନସିଲର ଯଶପାଲ ସିଂହ(ଯଶି) , ୨୫ନଂ ୱାର୍ଡ କାଉନସିଲର ଶାନ୍ତି ନାୟକ, ପୌରପାଳିକାର ସାମାଜିକ ସଶକ୍ତିକରଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ଧାରା ଜାରୀରହିବ ବୋଲି କହିଛନ୍ତି ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ।