ଜିଲ୍ଲାରେ ବିପର୍ଯ୍ୟୟ ହ୍ରାସ କରିବାକୁ ଶପଥ ନେଲେ ସରକାରୀ ଅଧିକାରୀ ଓ କର୍ମଚାରୀ

ଖୋର୍ଦ୍ଧା: ୧୯୯୯ ମହାବାତ୍ୟା ପରେ ଆଜିର ଦିନରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ପାଳନ ହୋଇଆସୁଛି । ଏହି ଅବସରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ହୋଇଯାଇଛି । ଏଥିରେ ଯୋଗ ଦେଇ ଜିଲ୍ଲାପାଳଙ୍କ ସମେତ ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ବିପର୍ଯ୍ୟୟ ହ୍ରାସ ପାଇଁ ଶପଥ ନେଇଥିଲେ ।

ଆଜି ପୂର୍ବାହଣରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧ୍ୟକ୍ଷତା କରି ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ, ଡେପୁଟି କଲେକ୍ଟର (ଆପତ୍କାଳୀନ) ସଂଘମିତ୍ରା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ଏନେଇ ସୂଚନା ଦେଇ ଜିଲ୍ଲାପାଳ କହିଛନ୍ତି ଯେ ୧୯୯୯ ମହାବାତ୍ୟା ପରଠାରୁ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟକୁ ସଫଳ ଭାବେ ସମ୍ମୁଖିନ କରିବା ପାଇଁ ଜନସଚେତନତା, ପ୍ରଶିକ୍ଷଣ ଆଦି ଦିଆଯାଉଛି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ବ୍ଲକରେ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ସମ୍ବନ୍ଧିତ ଖବର