ଗୋଦାମରେ ସିଲିଣ୍ଡର ମହଜୁଦ ରଖିବାକୁ ନିର୍ଦ୍ଦେଶ, ବିତରଣ କୁରୁଥିବା କର୍ମଚାରୀଙ୍କୁ ଜୀବନବୀମା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ବିତରଣ ପାଇଁ ତୈଳନିଗମର ବୈଠକ କଳାହାଣ୍ଡିଜିଲ୍ଲା By Sambad Digital Last updated Apr 8, 2020 rochakpost ସେୟାର ଭବାନୀପାଟଣା: ସାରା ଭାରତରେ କରୋନା ମହାମାରୀ ସମୟରେ କିଭଳି ଭାବରେ ଗ୍ୟାସ ଉପଭୋକ୍ତା ମନେ ସୁଚାରୁରୂପେ ଗ୍ୟାସ, ପେଟ୍ରୋଲ, ଡିଜେଲ ପାଇ ପାରିବେ ସେଥିପାଇଁ ତିନି ତୈଳ ବିପଣନ କମ୍ପାନୀ ତରଫରୁ ବିଶେଷ ଭାବରେ ଧ୍ୟାନ ଦିଆଯାଉଛି । ଏଭଳି ପରିସ୍ଥିତି ରେ ଗ୍ୟାସ ବିତରଣ ସମୀକ୍ଷା ଓ ଯୋଜନା ପାଇଁ ଭବାନୀପାଟଣା ଗ୍ୟାସ ବିତରଣ କ୍ଷେତ୍ର ଅଧୀନରେ ଥିବା ସମସ୍ତ ବିତରକ, ଭାରତୀୟ ତୈଳ ନିଗମର ଅଧିକାରୀ ମାନଙ୍କର ସମୂହ ଭିଡ଼ିଓ ବାର୍ତ୍ତା ଅନୁଷ୍ଠିତ ହୋଇଥିଲା । ଏଥିରେ କଳାହାଣ୍ଡି, ନୂଆପଡା ଓ ବଲାଙ୍ଗୀର ଜିଲ୍ଲାରେ ଥିବା ଭାରତୀୟ ତୈଳ ନିଗମର ଗ୍ୟାସ ବିତରକ ମାନଙ୍କର ଏକ ଭିଡ଼ିଓ ବାର୍ତ୍ତା ଅନୁଷ୍ଠିତ ହୋଇଥିଲା । କରୋନା ବିପତ୍ତି ବେଳେ ସମସ୍ତ ଗ୍ୟାସ ବିତରକ ତଥା ନିଗମ ଅଧିକାରୀମାନେ ନିଜ ନିଜ ସ୍ଥାନରେ ରହି ଆଗାମୀ ଯୋଜନା ପ୍ରସ୍ତୁତ କରିଥିଲେ। ବିଶେଷ କରି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଉଜ୍ଜ୍ଵଳା ଗ୍ୟାସ ଲାଭର୍ଥୀ ମାନଙ୍କୁ କିଭଳି ଭାବରେ ଆଗାମୀ ତିନି ମାସରେ ତିନୋଟି ଗ୍ୟାସ ସମ୍ପୁର୍ଣ୍ଣ ମାଗଣାରେ ଦିଆଯିବ। ସେ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏହି ଭିଡ଼ିଓ କଂଫରେନ୍ସରେ ଭାରତୀୟ ତୈଳ ନିଗମର ମୁଖ୍ୟ ପ୍ରବନ୍ଧକ ଦେବଦତ୍ତ ରାଉତରାୟ, ବରିଷ୍ଠ ପ୍ରବନ୍ଧକ ଦେବୀପ୍ରସାଦ ପୁହାଣ, କ୍ଷେତ୍ର ପ୍ରବନ୍ଧକ ଦେବବ୍ରତ ମହାନ୍ତି ତଥା ତିନୋଟି ଜିଲ୍ଲାର ୪୮ ଜଣ ଗ୍ୟାସ ବିତରକ ଯୋଗଦେଇଥିଲେ । କରୋନା ବିପତ୍ତି ସମୟରେ ଗ୍ୟାସ ଉପଭୋକ୍ତାମାନେ କିଭଳି ସୁଚାରୁରୂପେ ଗ୍ୟାସ ପାଇଁ ପାରିବେ, ସେଥିପାଇଁ ଗ୍ୟାସ ବିତରକ ମାନେ ଗୋଦାମରେ ସିଲିଣ୍ଡର ମହଜୁଦ ରଖିବା ପାଇଁ କ୍ଷେତ୍ର ପ୍ରବନ୍ଧକ ଦେବବ୍ରତ ମହାନ୍ତି ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ଗ୍ୟାସ ବିତରଣ କରୁଥିବା ସମସ୍ତ କର୍ମଚାରୀ ମାନଙ୍କୁ ଭାରତୀୟ ତୈଳ ନିଗମ ତରଫରୁ ଜୀବନ ବୀମା କରାଯାଇଛି ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । କଳାହାଣ୍ଡି ଜିଲ୍ଲାରେ ୨ଲକ୍ଷ ଉଜ୍ଜ୍ଵଳା ଗ୍ରାହକ ଲାଭାନ୍ବିତ ହେବେ। ଭୟାବହ ମହାମାରୀ କୋଭିଡ ୧୯ ର ପ୍ରଭାବରେ ସମଗ୍ର ଭାରତ ଏବେ ଲକ୍ ଡାଉନ ସ୍ଥିତିରେ ରହିଥିବାବେଳେ ସମସ୍ତେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହାକୁ ଆଖିଆଗରେ ରଖି ଗରିବ ଶ୍ରେଣୀର ଲୋକମାନଙ୍କ ଆବଶ୍ୟକତାକୁ ହୃଦୟଙ୍ଗମ କରି ସରକାରଙ୍କ ଦ୍ୱାରା ବିଭିନ୍ନ କଲ୍ୟାଣ ମୂଳକ ଯୋଜନା ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଉଜ୍ଜ୍ଵଳା ଗ୍ରାହକ ମାନେ ଏପ୍ରିଲ ୨ ରୁ ଜୁନ ୨୦୨୦ ଏହି ୩ମାସ ପାଇଁ ୩ଟି ମାଗଣା ଏଲପିଜି ଗ୍ୟାସ ସିଲିଣ୍ଡର ପାଇବେ । କଳାହାଣ୍ଡି ଜିଲ୍ଲାରେ ପ୍ରାୟ ୨ଲକ୍ଷ ୧ହଜାର ଗ୍ରାହକ ଏହି ସୁବିଧା ପାଇପାରିବେ ବୋଲି ଜିଲ୍ଲା ନୋଡ଼ାଲ ଅଫିସର ସୋଭନ କୁମାର ସାହୁ ଏକ ପ୍ରେସ ବିଜ୍ଞପ୍ତି ରେ ପ୍ରକାଶ କରିଛନ୍ତି। ସେମାନେ ନିଜ ବ୍ୟାଙ୍କ ଆକାଉଣ୍ଟରେ ଏହି ପଇସା ପାଇବେ। ଏହିପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଏପରି ଜନକଲ୍ୟାଣ କାର୍ଯ୍ୟରେ ନିୟୋଜିତ ଗ୍ୟାସ ଏଜେନ୍ସିର ଅଫିସ କର୍ମଚାରୀ, ଗୋଦାମ କିପର, ମେକାନିକ, ଡେଲିଭରିବୟ ପ୍ରମୁଖ କରୋନା ରେ ଆକ୍ରାନ୍ତ ହେଲେ କିମ୍ବା ମୃତ୍ୟୁବରଣ କଲେ ତାଙ୍କ ପରିବାର କୁ ତୁରନ୍ତ ୫ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏତେ ସବୁ ବାଧାବିଘ୍ନ ସତ୍ତ୍ୱେ କିଛି ଅଏଲ କମ୍ପାନି ଓ ସେଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଦିନରାତି କାର୍ଯ୍ୟ କରୁଛନ୍ତି ତେଣୁ ଏଲପିଜିର କୌଣସି ଅଭାବ ରହିବ ନାହିଁ ସେଥିପାଇଁ ଗ୍ରାହକ ମାନେ ବ୍ୟସ୍ତ ନହେବା ପାଇଁ ଶ୍ରୀ ସାହୁ ଅନୁରୋଧ କରିଛନ୍ତି।