ଝାରସୁଗୁଡା : ଲଗାତାର ଦ୍ଵିତୀୟ ଦିନ ପାଇଁ ପେଟ୍ରୋଲ-ଡିଜେଲ ମୂଲ୍ୟ ୮୦ ପଇସା ବଢ଼ିଥିବାବେଳେ ଏବେ ଏହାକୁ ନେଇ ଲୋକଙ୍କ ଚିନ୍ତା ବଢିଛି | ତେବେ ଆଜି ଝାରସୁଗୁଡ଼ାରେ ଏକ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବା ପରେ ସ୍ଥାନୀୟ ଲୋକ ଏହାର ଫାଇଦା ନେବାକୁ ଭୁଲିନଥିଲେ | ନିଜ ଘରୁ ବୋତଲ ଆଣି ତେଲ ବୋହିନେଇଥିଲେ | ମିଳିଥିବା ସୂଚନା ମୁତାବକ ଝାରସୁଗୁଡା ଜିଲ୍ଲା ରାଜପୁର ପଂଚାୟତ କାର୍ଯ୍ୟାଳୟ ଛକ ନିକଟରେ ଆଜି ଏକ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି।
ଟ୍ୟାଙ୍କରଟି ଛକ ନିକଟରେ ଥିବା ନାଳକୁ ଖସିପଡିଥିଲା | ଟ୍ୟାଙ୍କରର ପଛ ଚକ ଦବିଯିବାରୁ ଏହା ଗୋଟିଏ ପଟକୁ ଢଳି ହୋଇ ରହିଥିଲା | ଏହି ଦୁର୍ଘଟଣା ପୂର୍ବାହ୍ନ ୧୧ଟାରେ ଘଟିଥିବାବେଳେ କେହି ମୃତାହତ ହୋଇନାହାନ୍ତି। ତେବେ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହେବାର ଜାଣିବା ପରେ ସ୍ଥାନୀୟ ଲୋକ ବୋତଲ ନେଇ ପହଞ୍ଚିଯାଇଥିଲେ | ଆଉ ତେଲ ଲୁଟିନେଉଥିବାର ଦେଖିବାକୁ ମିଳିଥିଲା |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ccccaaa.jpg)