ଧର୍ମଶାଳା: ପୁରୁଣା ମୁଦ୍ରା ରୢାକେଟ୍ର ପର୍ଦ୍ଦାଫାସ୍ କରିଛି ଧର୍ମଶାଳା ଥାନା ପୁଲିସ୍। ଏଥିରେ ସଂପୃକ୍ତ ଶ୍ବଶୁର ଓ ସଂପର୍କୀୟ ଜ୍ବାଇଁ ବାଲିଚନ୍ଦ୍ରପୁର ଥାନା ବରପଦା ଗ୍ରାମର ଅଜୟ ସାମଲ (ଶ୍ବଶୁର) ଓ ଯାଜପୁରରୋଡ୍ରେ ରହୁଥିବା ମହାକାଳପଡ଼ା ଥାନା ଗଉଡ଼ାବାଡ଼ାପୁର ଗ୍ରାମର ବିଶ୍ବଜିତ୍ ସାହୁ(ଜ୍ବାଇଁ)ଙ୍କୁ ପୁଲିସ୍ ଗିରଫ କରି ଆଜି ଚଣ୍ତିଖୋଲ କୋର୍ଟଚାଲାଣ କରିଛି।
ଦୁହେଁ ବହୁଦିନ ହେଲା କୋଲକତାରୁ ପୁରୁଣା ଅଚଳ ମୁଦ୍ରା କିଣି ଏହାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ। ବିକ୍ରମତିରଣ ଗ୍ରାମର ଶିବ ଚରଣ ଦାସଙ୍କ ନିକଟରେ କିଛି ପୁରୁଣା ମୁଦ୍ରା ଥିବାରୁ ତାକୁ ରାଉରକେଲାରେ ଅଧିକ ମୂଲ୍ୟରେ ବିକ୍ରି କରିବାପାଇଁ ଅଜୟ ଓ ଶିବ ଗତ ୭ତାରିଖରେ ଏକ ବାଇକ୍ରେ ଚଣ୍ତିଖୋଲ ଯାଉଥିଲେ। କଣ୍ଟିଗଡ଼ିଆ ଗାଁ ନିକଟ ୫୩ନମ୍ବର ଜାତୀୟ ରାଜପଥରେ ଦୁହେଁ ଅଟକିଥିଲେ। ହଠାତ ଅଜୟ ଏକ ରଶିରେ ଶିବଙ୍କ ବେକକୁ ଭିଡ଼ି ତଳେ ପକାଇ ଦେଇଥିଲେ। ତାଙ୍କ ପଛରେ ଆସୁଥିବା ଜ୍ବାଇଁ ବିଶ୍ବଜିତ୍ ଓ ଶ୍ବଶୁର ମିଳିମିଶି ଶିବଙ୍କ ନିକଟରେ ଥିବା କିଛି ପୁରୁଣା ମୁଦ୍ରା ଓ ୧୫ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ଶିବ ଧର୍ମଶାଳା ଥାନାରେ ଏତଲା ଦେଇଥିଲେ।
/sambad/media/post_attachments/wp-content/uploads/2023/06/34-10.jpg)
ଅନ୍ୟପଟେ ଅଜୟଙ୍କ ପତ୍ନୀ ବାଲିଚନ୍ଦ୍ରପୁର ଥାନାରେ ଶିବଙ୍କ ନାଁରେ ଅପହରଣ ଓ ହତ୍ୟା ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଯାଜପୁର ଏସ୍ପିଙ୍କ ନିର୍ଦେଶରେ ଧର୍ମଶାଳା ଆଇଆଇସି ରାକେଶ କୁମାର ତ୍ରିପାଠୀ ଅଜୟକୁ ଥାନାକୁ ଉଠାଇନେଇ ପଚରାଉଚରା କରିବାରୁ ପୁରୁଣା ମୁଦ୍ରା କାରବାର ସଂପର୍କରେ ଜଣାପଡ଼ିଥିଲା। ପରେ ମୋବାଇଲ୍ ଫୋନ୍ ଟ୍ରାକିଂ କରି ବିଶ୍ବଜିତକୁ ଗିରଫ କରିଥିଲେ। ଉଭୟଙ୍କ ନିକଟରୁ ବହୁ ପରିମାଣର ପୁରୁଣା ମୁଦ୍ରା, ୧୦ ହଜାର ଟଙ୍କା ଓ ୨ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ଏନେଇ ୩୭୫/୨୩ରେ ଏକ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/33-8.jpg)