ଡିଭିଏଫ ଯବାନଙ୍କ ମାନବିକତା, ରୋଗାଗ୍ରସ୍ତ ବୃଦ୍ଧଙ୍କୁ ଖଟିଆରେ ବୋହି ମେଡିକାଲରେ ପହଞ୍ଚାଇଲେ

ମାଲକାନଗିରି: ମାଲକାନଗିରି ସୀମାନ୍ତରେ ପ୍ରାୟତଃ ସିଆରପିଏଫ ଏବଂ ଏସଟିଏଫ ଯବାନ ଜଙ୍ଗଲରେ ଗର୍ଭବତୀ ମହିଳା ହେଉ ବା ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ଖଟିଆରେ କିମ୍ବା ଭାରରେ ବୋହି ମେଡିକାଲ ପହଞ୍ଚାଇବା ଘଟଣା ଦେଖିବାକୁ ମିଳୁଥିଲା। ଏବେ ମାଲକାନଗିରି ଜିଲ୍ଲାର ଡିଭିଏଫ ଯବାନ ଏଭଳି କାମ କରି ଆଜି ବେଶ ଚର୍ଚ୍ଚା ସାଉଁଟିଛନ୍ତି।ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ କମାରପାଲୀ ଅଞ୍ଚଳରେ ଏକ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହେବାର ଥିଲା। ଏନେଇ ଗାଁ ଗାଁରେ ପ୍ରଚାର କରାଯାଉଥିଲା। ତେବେ ଯବାନ ଗାଁରେ ପହଞ୍ଚି ଲୋକଙ୍କୁ ଏନେଇ ସଚେତନ କରାଉଥିବା ବେଳେ କମାରପାଲୀ ଗ୍ରାମର ଆପୁ ପଡିଆମି ନାମକ ବୃଦ୍ଧ ରୋଗାଗ୍ରସ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଥିଲେ।

Sambad

 

ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ବୃଦ୍ଧଙ୍କୁ ସହଯୋଗ କରିବା ପାଇଁ ବାହାରି ପଡିଥିଲେ। ତେବେ ଯବାନଙ୍କ ପାଖରେ ଗାଡି ନଥିଲା। ପ୍ରାୟ ଦୁଇ କିଲୋମିଟର ଦୁରରେ ସେମାନଙ୍କର ଗାଡି ଅଟକି ରହିଥିଲା। ତେଣୁ ବୃଦ୍ଧଙ୍କୁ ଏକ ଖଟିଆରେ ବୋହି କରି ନେଇ ଗାଡି ପର୍ଯ୍ୟନ୍ତ ପହଞ୍ଚାଇଥିଲେ। ସେଠାରୁ ବୃଦ୍ଧଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସାରେ ସହଯୋଗ କରାଇଥିଲେ। ଯବାନଙ୍କ ଏହି ମହାନତା ପାଇଁ ପରିବାର ଏବଂ ଗ୍ରାମବାସୀ ପ୍ରଶଂସା କରିଥିଲେ। ଯବାନ ଯେ କେବଳ ନକ୍ସଲ ହିଂସା ରୋକିବା କାମ କରୁନାହାନ୍ତି। ଜିଲ୍ଲାରେ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନ ଏବଂ ସେମାନେ କିପରି ସୁରକ୍ଷିତ ରହିବେ ସନେଇ ଚିନ୍ତା କରିବା ସହ ଦିନରାତି ଏକ କରି ଜଙ୍ଗଲରେ ଘୁରି ବୁଲନ୍ତି। ନିଜ ଜୀବନକୁ ବିପଦରେ ପକାଇ ଲୋକଙ୍କୁ ସୁରକ୍ଷା ପ୍ରଦାନ କରୁଛନ୍ତି। ଏହି ସମୟ ମଧ୍ୟରେ ସେମାନଙ୍କର ସେବା ମନଭାବ ଯୋଗୁଁ ଏମାନେ ଉଚ୍ଚ ପ୍ରଶଂସିତ ମଧ୍ୟ ହେଉଛନ୍ତି।

ସମ୍ବନ୍ଧିତ ଖବର