ନବରଙ୍ଗପୁର: ସନ୍ଧ୍ୟା ବେଳେ ତହସିଲ ଅଫିସ ନିକଟରେ ଚା ଦୋକାନରେ ଚା ପିଉଥିଲେ। ହଠାତ ଗଛ ଡାଳ ଭାଙ୍ଗି ତଳେ ପଡ଼ିଗଲା। ଗଛ ଡାଳ ତଳେ ଚାପି ହୋଇ ବୃଦ୍ଧ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ କୋରାପୁଟ ସ୍ଥାନାନ୍ତର। ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ତହସିଲ କାର୍ଯ୍ୟାଳୟ ପରିସର ତଥା ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ନୀଳଗିରି ଗଛ ୭ ଟା ୩୦ ବେଳକୁ ରାସ୍ତା କଡରେ ଥିବା ଚାହା ଦୋକାନ ନିକଟରେ ଭାଙ୍ଗି ପଡିଥିଲା। ସେହି ସମୟରେ ଚା ଦୋକାନ ନିକଟରେ ୪ ଜଣ ରହିଥିଲେ ।ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ଡାଳ ପଡିବାରୁ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣକ ନିଜର ସ୍କୁଟି ରଖି ଠିଆ ହୋଇଥିଲେ । ଆହତ ଜଣକ ହେଲେ ମିଶନ କମ୍ପାଉଣ୍ଡ( ସେନାପତି) ସାହିର ଆନନ୍ଦ କୁମାର କର ବୋଲି ଜଣା ପଡ଼ିଛି । ଗୁରୁତର ଙ୍କୁ ଏକ ଅଟୋ ଯୋଗେ
ତୁରନ୍ତ ନବରଙ୍ଗପୁର ଡାକ୍ତର ଖାନାକୁ ନିଆଯାଇଥିଲା। ଗୁରୁତର ଶ୍ରୀ କର ଙ୍କ ଗୋଡ଼ , ମୁଣ୍ଡ ଓ ଆଖିକୁ ଗୁରୁତର ଆଘାତ ଲାଗିଥିଲା। ନବରଙ୍ଗପୁର ଡାକ୍ତର ଖାନାରେ ପ୍ରାଥମିକ ଚିକିତ୍ସା ପରେ କୋରାପୁଟ ଜିଲା ହସ୍ପିଟାଲକୁ ରେଫର କରାଯାଇଛି । ଅନ୍ୟତ୍ର ସମସ୍ତେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତୁଫାନ ଷଡ଼ଙ୍ଗୀ, ଦିଲୀପ କୁମାର ଚୌଧୁରୀ ସମେତ ୫ ଜଣ ଉକ୍ତ ସ୍ଥାନରେ ଠିଆ ହୋଇ ରହିଥିଲେ । ଦିଲୀପ କହିବା ଅନୁଯାୟୀ ତାର ଛିଣ୍ଡି ଯିବାରୁ ଲାଇଟିଂ ହୋଇଥିଲା । ଆହତ ଆନନ୍ଦ ପାଟି କରିଥିଲେ । ଗଛ ଡାଳ ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହଯୋଗରେ ସେଠାରୁ ତୁରନ୍ତ ଉଦ୍ଧର କରି ଅଟୋ ରିକ୍ସାରେ ଜିଲା ସଦର ମହାକୁମ୍ମା ଡାକ୍ତରଖାନା ପଠାଇଥିଲେ ।
ଚା ପିଇବା ବେଳେ ଗଛଡ଼ାଳ ଭାଙ୍ଗିଲା, ଗଛ ଡାଳ ତଳେ ଚିପି ହୋଇ ବୃଦ୍ଧ ଗୁରୁତର
/sambad/media/post_attachments/wp-content/uploads/2024/06/0f7cb815-8839-4e3f-bb7a-5b84289c8b42.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)