ହରିଚନ୍ଦନପୁର/କେନ୍ଦୁଝର: ହରିଚନ୍ଦନପୁର ଥାନା ଜିରାଙ୍ଗ ଗ୍ରାମର ସ୍ବର୍ଗତ ମହେଶ୍ୱର ମହାନ୍ତଙ୍କ ପତ୍ନୀ ମଲ୍ଲୀ ମହାନ୍ତ (୭୦) ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି। ପ୍ରବଳ ଶୀତ ଯୋଗୁଁ ମଲ୍ଲୀ ନିଆଁ ଜଳାଇ ଘର ଭିତରେ ଶୋଇଥିଲେ। ରାତିରେ ତାଙ୍କ ଶାଢ଼ିରେ ନିଆଁ ଲାଗିଯିବାରୁ ସେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ହରିଚନ୍ଦନପୁର ପରେ କେନ୍ଦୁଝର ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ପୁଅ ଚକ୍ରଧର ମହାନ୍ତ ଏନେଇ ଥାନାରେ ଅଭିଯୋଗ କରିଥିଲେ। ଏସ୍ଆ‌ଇ ସକଳ କୁମାର ଥେମୁରିଆ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛନ୍ତି।

Advertisment