ବଡ଼କେରା: ଗାଧୋଇବା ସମୟରେ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି ବଅଁରପାଳ ବ୍ଲକ ବଡ଼ ହିଂସର ପଞ୍ଚାୟତ ନାକଚଣିପାଳ ଗାଁର ହୃଦାନନ୍ଦ ବାରିକ(୬୫)। ସେ ଆଜି ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ପାଦ ଖସିଯିବାରୁ ପୋଖରୀରେ ବୁଡ଼ି ଯାଇଥିଲେ। ଦୀର୍ଘ ସମୟ ଧରି ସେ ଘରକୁ ନ ଫେରିବାରୁ ଘର ଲୋକ ପୋଖରୀ ପାଖକୁ ଗଲାବେଳେ ସେ ପାଣିରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା
/sambad/media/post_attachments/wp-content/uploads/2018/09/drawn.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)