ଦେବଗଡ଼: ଦେବଗଡ଼ ରେଞ୍ଜ ଅନ୍ତର୍ଗତ ବାବୁରିକାନି ଗ୍ରାମରେ ଆଜି ଜଣେ ବୃଦ୍ଧଙ୍କୁ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଛି। ହାତୀଟି ବୃଦ୍ଧଙ୍କୁ ପାଦରେ ଦଳି ଦେବାରୁ ତାଙ୍କ ମୃତ୍ୟୁ ହୋଇଯାଇଛି। ମୃତକ ହେଲେ ତିଲେଇବଣି ବ୍ଲକ ଅନ୍ତର୍ଗତ ବଡ଼ଛାପଲ ପଞ୍ଚାୟତ ବାବୁରିକାନି ଗ୍ରାମର କମାର କିଷାନ(୬୫)। କମାର ଶୌଚ ନିମନ୍ତେ ଘର ପଛପଟେ ଥିବା ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ଜଙ୍ଗଲୀ ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଦେବଗଡ଼ ବନଖଣ୍ଡ ଅଧିକାରୀ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ ସମୀର ତିର୍କୀ, ଦେବଗଡ଼ ରେଞ୍ଜର୍ ଦେବଦତ୍ତ ନନ୍ଦ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ ମଧ୍ୟ ଗୋଟିଏ ଦିନରେ ଦନ୍ତା ଆକ୍ରମଣରେ ରିଆମାଳ ବ୍ଲକ୍ର ଲୁଲଙ୍ଗ ପଞ୍ଚାୟତ ବଡ଼କୁଦର ଗ୍ରାମର ଜଣେ ବୃଦ୍ଧ ଏବଂ ସାତକିଆରୀ ଗ୍ରାମର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ଏବଂ ଜଣେ ମହିଳା ଗୁରୁତର ଆହତ ହୋଇଥିଲେ।
ହାତୀ ଆକ୍ରମଣରେ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2020/11/dead-indiatoday.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)