ବାଇକ୍ ଧକ୍କାରେ ବୃଦ୍ଧ ମୃତ, ୨ ଗୁରୁତର

ଗୋଳନ୍ଥରା: ଗୋଳନ୍ଥରା ଥାନା ରଣ୍ଢା ଛକ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ବାଇକ୍ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ରଣ୍ଢା ଗ୍ରାମର ଦେବରାଜ ସାହୁ (୭୦)। ୨ ଜଣ ବାଇକ୍ ଆରୋହୀ ଆନ୍ଧ୍ରପ୍ରଦେଶ ଇଚ୍ଛାପୁର ଥାନା ଅଧୀନ ଲୋଧାପୁଟି ଗ୍ରାମର ଟି.ଭେଙ୍କେଟେଶ ଓ ଭେଙ୍କେଟ୍ ରେଡ୍ଡୀ (୧୮) ଗୁରୁତର ହୋଇଛନ୍ତି। ଉଭୟ ଏକ ବାଇକ୍‌ରେ ବ୍ରହ୍ମପୁର ଆସୁଥିଲେ। ଏହି ସମୟରେ ଦେବରାଜ ଜାତୀୟ ରାଜପଥ କରୁଥିବା ବେଳେ ବାଇକ୍ ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ସମସ୍ତଙ୍କୁ କନିଷି ଅଗ୍ନିଶମ ବିଭାଗ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଆରିଥିଲା। କିନ୍ତୁ ଦେବରାଜଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର