ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଧୀନ ୫୫ ନମ୍ବର ଜାତୀୟ ରାଜପଥର ଜିତୁ ଢାବା ସମ୍ମୁଖରେ ରବିବାର ଭୋର୍ ୪ଟା ବେଳେ ଅଜଣା ଗାଡ଼ି ଧକ୍କାରେ ତାଲଝରଣ ଗ୍ରାମର ରମେଶ ଭୋଇ (୬୫)ଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ, ରମେଶ ଜାଳେଣି କାଠ ସଂଗ୍ରହ କରି ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି।
ଅଜଣା ଗାଡ଼ି ଧକ୍କାରେ ସାଇକଲ ଆରୋହୀ ମୃତ
/sambad/media/post_attachments/wp-content/uploads/2022/09/dead-body.jpg)