ଜୟପୁର: ବାଙ୍କମଠ ସମ୍ମୁଖ ପଂଜାବ ନ୍ୟାସନାଲ ବ୍ୟାଙ୍କର ଏଟିଏମ୍ କାଉଣ୍ଟର ମଧ୍ୟରେ ଜଣେ ୬୫ବର୍ଷିୟ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ମୃତକା ଜଣକ ହେଲେ ନୂଆସାହିର ଅଂଚଳର ଈଶ୍ବରୀ ରାଉତ। ସ୍ବାମୀ ସ୍ବର୍ଗତ ସଦାନନ୍ଦ ରାଉତଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣକ ଏଣେ ତେଣେ ବୁଲୁଥିଲେ। ବୁଧବାର ରାତିରେ ଏଟିଏମ୍ କାଉଣ୍ଟର ମଧ୍ୟରେ ରହି ଥଣ୍ଡାରେ ମୃତ୍ୟୁ ବରଣ କରିଥିବା ସଂଦେହ କରୁଛନ୍ତି ତଦନ୍ତ କାରୀ ପୁଲିସ ଅଧିକାରୀ ଏସଆଇ ସିଦ୍ଧାର୍ଥ ବେହେରା। ସୂଚନା ପାଇବା ପରେ ଗୁରୁବାର ସକାଳୁ ଜୟପୁର ଟାଉନଥାନା ପୁଲିସ ଅପମୃତ ମାମଲା ରୁଜୁ କରି ବ୍ୟାବଛେଦ କରି ତାଙ୍କ ଝିଅ ଓ ପୁଅକୁ ହସ୍ତାନ୍ତର କରିଥିବା କହିଛନ୍ତି ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର।
ଏଟିଏମ୍ କାଉଣ୍ଟରରେ ବୃଦ୍ଧାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2023/06/dead-fff.jpg)