ଭଞ୍ଜନଗର: ଖଇନି ଭାବି ଉକୁଣି ମରା ଔଷଧ ଖାଇବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବଳନିୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅଧିନ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ। ଗ୍ରାମର ପାଣ୍ଡବ ଦଳବେହେରାଙ୍କ (୭୦) ଗତକାଲି ବିଳମ୍ବିତ ରାତିରେ ଭଞ୍ଜନଗର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଗତକାଲି ଅପରାହ୍ନ ୪ ଟା ସମୟରେ ପାଣ୍ଡବ ଖଇନି ଖାଇବା ପାଇଁ ଘରେ ଖଇନି ପୁଡିଆ ଖୋଜିଥିଲେ। ଭୁଲ ବଶତଃ ଖଇନି ବଦଳରେ ସେ ଘରେ ଥିବା ଉକୁଣି ମରା ଔଷଧ ଖଇନି ଭାବି ଖାଇଦେଇଥିଲେ। ବାର୍ଦ୍ଧକ୍ୟ କାରଣରୁ ସେ ଖଇନି ଓ ଉକୁଣିମରା ଔଷଧ ମଧ୍ୟରେ ଫରକ ଜାଣି ପାରିନଥିଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି। ଏହି ଔଷଧ ଖାଇବା ପରେ ପାଣ୍ଡବ ଗୁରୁତର ହୋଇପଡିଥିଲେ। ତାଙ୍କୁ ପରିବାର ଲୋକେ ଗତକାଲି ଅପରାହ୍ନରେ ଭଞ୍ଜନଗର ଡାକ୍ତରଖାନାକୁ ଆଣିଥିଲେ। ଚିକିତ୍ସାଧିନ ଅବସ୍ଥାରେ ପାଣ୍ଡବଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଏହି ଖବର ପାଇବା ପରେ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ତାରିସିଂ ଥାନାରେ ୨୦/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚ୍ଚୀ ମଲ୍ଲ ସୁଚନା ଦେଇଛନ୍ତି।
ଖଇନି ଭାବି ଉକୁଣୀ ମରା ଔଷଧ ଖାଇ ବୃଦ୍ଧ ମୃତ
/sambad/media/post_attachments/wp-content/uploads/2020/09/dead-1574965097-1-880975-1598953365-881670-1599066469.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)