ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ସାମସିଙ୍ଗା ଗ୍ରାମରେ ପାଳଗଦାରେ ନିଆଁ ଲାଗି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ବୃଦ୍ଧା ଜଣକ ହେଲେ ଏହି ଥାନା ଅର୍ନ୍ତଗତ ସାମସିଙ୍ଗା ଗ୍ରାମର ପଞ୍ଚ ବେହେରା (୬୦)। ସେ ଗତକାଲି ନିଜ ଖଳାରେ ନିଆଁ ପୁଉଁ ଥିବା ବେଳେ ପାଳ ଗଦାରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ବୃଦ୍ଧା ଜଣଙ୍କ ନିକଟରେ ଥିବାରୁ ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା। ବୃଦ୍ଧାଙ୍କ ପାଟି ଶୁଣି ପାଖରେ ଥିବା ପରିବାର ଲୋକମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଉଥିଲା। ହେଲେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପାଳଗଦାରେ ନିଆଁ ଲାଗି ବୃଦ୍ଧାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2020/10/dead.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)