ନାଳରେ ବୁଡି ବୃଦ୍ଧ ମୃତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡା ସ୍ୱଭିମାନଞ୍ଚଳ ଅନ୍ତର୍ଗତ ପାପରମେଟଲା ପଂଚାୟତର ରୁମା ଗ୍ରାମରେ ନାଳରେ ବୁଡ଼ି ଯିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଗତକାଲି ୨୮ ତାରିଖ ଦିନ ରୁମା ଗ୍ରାମର ହରି ଖରା (୪୫)ଙ୍କ ପିତା ସିନୟା ଖରା ଗାଁ ନିକଟରେ ଥିବା ମୋସନବନ୍ଧା ନାଳକୁ ମାଛ ଧରିବାକୁ ଯାଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଗାଁ ଲୋକେ ବହୁ ଖୋଜା ଖୋଜି ପରେ ବଡ଼ପଡା ଥାନାରେ ହରି ଖରା ନିଖୋଜ ଥିବା ନେଇ ଜଣାଇଥିଲେ।

ଆଜି ବଡ଼ପଡା ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡି ଓ ଗାଁ ଲୋକେ ମୋସନବନ୍ଧା ନାଳରୁ ହରି ଖରାଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଚିତ୍ରକୋଣ୍ଡା ପଠାଇ ଥିଲେ। ଏହି ସଂକ୍ରାନ୍ତରେ ବଡ଼ପଡା ଥାନା କେଶ ନଂ ୯/୨୦୨୧ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର