ସର୍ପ ଦଂଶନରେ ବୃଦ୍ଧଙ୍କ ମୃତ୍ୟୁ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସିକୋ ଫାଣ୍ଡି ଅନ୍ତର୍ଗତ ମୁକ୍ତାପୁର ଗାଁରେ ଗତକାଲି ବିଷାକ୍ତ ସର୍ପ ଦଂଶନରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ, ଅର୍ଜୁନ ପ୍ରଧାନ (୭୦) ଗତକାଲି ଅପରାହ୍ଣ ପ୍ରାୟ ୩ଟା ବେଳେ ନିଜର ଜଳଖିଆ ଦୋକାନରେ ଗ୍ରାହକଙ୍କୁ ଜଳଖିଆ ପରଷୁଥିବା ବେଳେ ଏକ ବିଷଧର ସର୍ପ ପାଦକୁ କାମୁଡ଼ିଦେଇଥିଲା। ପ୍ରଥମେ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟରେ ଭର୍ତି କରାଯାଇଥିଲା ।

ତେବେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ରାତିରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।

ସମ୍ବନ୍ଧିତ ଖବର