ଯଶିପୁର: ରାତିରେ ଶୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନ ମାଟିଆଗଡ଼ ପଞ୍ଚାୟତ ପୋଡ଼ାଗଡ଼ ଗ୍ରାମରେ। ଗତକାଲି ରାତିରେ ଗ୍ରାମର ଚମ୍ପାବତୀ ହେମ୍ବ୍ରମ (୭୫) ଖାଇପିଇ ସାରି ନିଜ ନାତୁଣୀ ମାନଙ୍କ ସହ ଘର ବାରଣ୍ଡାରେ ଶୋଇଥିଲେ। ତେବେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଆସି ଏକ ପଥରରେ ବୃଦ୍ଧାଙ୍କ ମୁଣ୍ଡକୁ ଛେଚି ଦେଇ ଦୌଡ଼ି ପଳାଇଥିଲେ। ଫଳରେ ବୃଦ୍ଧା ଜଣକ ଛଟପଟ ହୋଇ ପ୍ରାଣ ହରାଇଥିଲେ। ନାତୁଣୀ ମାନେ ଓ ଘରଲୋକ ଦୁର୍ବୃତ୍ତଙ୍କୁ ଖୋଜାଖୋଜି କରିଥିଲେ ବି ପାଇ ନଥିଲେ।
ଖବର ପାଇବା ପରେ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ ଏବଂ ଯଶିପୁର ଥାନା ଆଇଆଇସି କ୍ଷମାସାଗର ପଣ୍ଡା ଘଟଣାସ୍ଥଳକୁ ଯାଇ ଘରଲୋକ ଓ ଗ୍ରାମବାସୀଙ୍କୁ ପଚରାଉଚରା କରିଛନ୍ତି। ହତ୍ୟାର କାରଣ ଜଣାପଡ଼ି ନଥିଲେ ବି ଡାଆଣୀ ସନ୍ଦେହରେ ଏହି ବର୍ବର କାଣ୍ଡ ଘଟିଥିବା ଅନୁମାନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/2d4638b6116433d3c537d0c637380c3b-750x430-1.jpg)