ପୋଖରୀରେ ବୁଡ଼ି ବୃଦ୍ଧ ମୃତ

ନବରଙ୍ଗପୁର: ନବରଙ୍ଗପୁର ଡାବୁଗାଁ ଥାନା ଅନ୍ତର୍ଗତ ପଖନାଗୁଡ଼ା ଗ୍ରାମରେ ଗୁରୁବାର ଜଣେ ବୃଦ୍ଧଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି। ବୃଦ୍ଧ ଜଣକ ପଖନାଗୁଡ଼ା ଗ୍ରାମର ସମଦୁ ଗଣ୍ଡ (୬୦) ବୋଲି ଜଣାପଡିଛି। ଖବର ପାଇ ଡାବୁଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରି ଦେଇଛି।

ସୂଚନାଯୋଗ୍ୟ,  ବୁଧବାର ଅପରାହ୍ନ ୪ ଘଣ୍ଟା ସମୟରେ ପଖନାଗୁଡ଼ା ଗ୍ରାମର ସମଦୁ ଗଣ୍ଡ (୬୦) ଶୌଚ ପାଇଁ ଗ୍ରାମ ନିକଟ ଏକ ପୋଖରୀକୁ ଯାଇଥିଲେ। କିନ୍ତୁ ବହୁ ସମୟ ଧରି ସମଦୁ ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ମାତ୍ର ବହୁ ଖୋଜାଖୋଜି ପରେ ବି  ତାଙ୍କର କୌଣସି ସନ୍ଧାନ ପାଇ ନ ଥିଲେ।

Chiang Mai One

ଆଜି ସକାଳେ ବୃଦ୍ଧ ସମଦୁ ଗଣ୍ଡଙ୍କ ଶବ ଗ୍ରାମ ନିକଟସ୍ଥ ପୋଖରୀରେ ଭାସୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକଙ୍କୁ ଏ ନେଇ ଖବର ଦେଇଥିଲେ । ଏହାପରେ ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଏହି ଏତଲା ପରେ ଡାବୁଗାଁ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମଦୁଙ୍କ ଶବକୁ ଉଦ୍ଧାର କରିଥିଲେ। ଏ ନେଇ ଡାବୁଗାଁ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର