ସମ୍ବଲପୁର: ଚଳନ୍ତା ଟ୍ରେନ୍ରୁ ପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ଶୁକ୍ରବାର ଦିନ ୩ଟା ବେଳେ ହୀରାକୁଦ ଷ୍ଟେସନ୍ଠାରେ ଟିଟିଲାଗଡ଼-ବିଲାଶପୁର ପାସେଞ୍ଜର୍ରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ସୂଚନା ପାଇବା ପରେ ସମ୍ବଲପୁର ଜିଆର୍ପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ଟି ହୀରାକୁଦ ଷ୍ଟେସନ୍ରେ କିଛି ସମୟ ରହି ଛାଡ଼ିବା ବେଳେ ବୃଦ୍ଧ ଜଣକ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ପଡ଼ି ଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଚଳନ୍ତା ଟ୍ରେନ୍ରୁ ପଡ଼ି ବୃଦ୍ଧ ମୃତ
/sambad/media/post_attachments/wp-content/uploads/2022/06/dead-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)