ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଆଜି ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଦୁଷ୍କର୍ମ ଅଭିଯୋଗରେ ୧୨ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି। ଅଭିଯୋଗ ଅନୁଯାୟୀ ଗତ ୧୭ ଫେବ୍ରୁଆରି ୨୦୨୨ରେ ବିଶୋଇ ଥାନା ବଡ ଜାମବିଲା ଗ୍ରାମର ବାଲକା ସୋରେନଙ୍କ ପୁଅ ବାରିଆଳ ସୋରେନ ସେହି ଗ୍ରାମର ୬୦ ବର୍ଷର ବୃଦ୍ଧା ପିିଡିତାଙ୍କୁ ଦୁଷ୍କର୍ମ କରିଥିଲା। ପୀଡିତା ଜଣକ ଖ୍ରୀଷ୍ଟିୟାନ ଧର୍ମ ଗ୍ରହଣ କରିଥିବାରୁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସିନ୍ଦା କରିଥିଲେ। ତେବେ ବୃଦ୍ଧ ସେହି ଗ୍ରାମର ନାଳ ପାଖରେ ଏକ ଶାଗ ବାଡିରେ ଏକୁଟିଆ ପାଇ ଶାଗ କିଣିବା ବାହାନା କରି ପ୍ରତିଶୋଧ ପରାୟଣ ହୋଇ ବାରିଆଳ ସୋରେନ ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲା।

Advertisment

ଏନେଇ ବିଶୋଇ ଥାନାରେ କେସ ନଂ ୨୬/୨ ରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଏନେଇ ଆଜି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ୍ କୁମାର ଆସାମୀକୁ ୧୨ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଆନାଦେୟ ଏକ ବଷଅଧିର୍କ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରୀ ଓକିଲ ଭାବେ ପଙ୍କଜ କୁମାର ଦାସ ମକଦ୍ଦମା ପରିଚାଳନା କରିଥିଲେ।