ବିଚ୍‌ ରାସ୍ତାରେ ବୃଦ୍ଧଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ, ନିସ୍ତୁକ ମାଡ଼ମାରି ଜୀବନ ନେଲେ ମହିଳା-ଯୁବକ

ଲକ୍ଷ୍ମୀପୁର: ଜଣେ ବରିଷ୍ଠ ନାଗରିକଙ୍କୁ ସମ୍ମାନ ଦେବା ପରିବ‌ର୍ତ୍ତେ ବିଚ୍‌ ରାସ୍ତାରେ ଥିବା ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦିଆଯାଇଛି। ବୃଦ୍ଧ ବ୍ୟକ୍ତିଙ୍କୁ ୨ ଜଣ ଲୋକ ଠେଙ୍ଗାରେ ନିସ୍ତୁକ ମାଡ଼ ମାରୁଛନ୍ତି। ଆକ୍ରମଣକାରୀଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ସାମିଲ ଅଛନ୍ତି। ପ୍ରତକ୍ଷ୍ୟଦର୍ଶୀ ସବୁ ଦେଖୁଥିଲେ ମଧ୍ୟ ପ୍ରତିରୋଧ କରିପାରୁ ନାହାନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଘଟିଥିବା ଘଟଣାକୁ ନେଇ ଏହିଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଏକ ଅମାନୁଷିକ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧାଙ୍କୁ ବିଦ୍ୟୁତ ଖୁଣ୍ଟରେ ଦଉଡ଼ି ସାହାଯ୍ୟରେ ବାନ୍ଧିବା ପରେ ଜଣେ ମହିଳା ଓ ଅନ୍ୟ ଜଣେ ଯୁବକ ଠେଙ୍ଗା ନିର୍ଧୁମ ମାଡ ମାରୁଛନ୍ତି। ଭିଡିଓରୁ ଯାହା ଜଣାପଡୁଛି ମହିଳା ଓ ଯୁବକ ଉଗ୍ରରୂପ ଧରିଛନ୍ତି। ତେବେ  ଅତ୍ୟଧିକ ମାଡ ଖାଇବା ପରେ ବୃଦ୍ଧ ଜଣଙ୍କର ବିଦ୍ୟୁତ  ଖୁଣ୍ଟରେ ହିଁ ମୃତ୍ୟୁ ହୋଇଛି।

ମହିଳା ଓ ଯୁବକଙ୍କ ଠାରୁ ଠେଙ୍ଗାରେ ନିସ୍ତୁକ ମାଡ଼ ଖାଇବା ପରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ବୃଦ୍ଧ ବ୍ୟକ୍ତି କାହିଁକି ମାଡ଼ ଖାଉଛନ୍ତି ତାହା ମଧ୍ୟ ଜଣାପଡ଼ିନାହିଁ। ନିଜ ସଂପର୍କୀୟଙ୍କ ଠାରୁ ମାଡ଼ ଖାଇ ବୃଦ୍ଧ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। 

କୁହାଯାଉଛି ଯେ, ଘଟଣାଟି ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ଉପରକୁଟିଙ୍ଗା ଗାଁରେ ଘଟିଛି। କିନ୍ତୁ ପୁଲିସ ଶନିବାର ଅପରାହ୍ନ ୪ଟା ସୁଦ୍ଧା ଘଟଣାସ୍ଥଳରେ ପହଞ୍ଚି ନାହିଁ। କିନ୍ତୁ ବୃଦ୍ଧଙ୍କ ମୃତ୍ୟୁ ପରେ ଶୁକ୍ରବାର ପୋଡି ଦିଆଯାଇଥିବା ଜଣାପଡିଛି। ତେବେ ଏମିତି ଏକ ଅମାନୁଷିକ ଘଟଣା କାହିଁକି ଘଟିଲା ତାହା ବର୍ତ୍ତମାନ ସୁଧା ଜଣାପଡିନାହିଁ।

 

ସମ୍ବନ୍ଧିତ ଖବର