୬ ହଜାର ଟଙ୍କାର ନକଲି ନୋଟ୍‌ ପ୍ରଦାନ କରି ବୟସ୍କ ଲୋକଙ୍କ ଠାରୁ ୫ହଜାର ଟଙ୍କା ଠକି ନେଲେ ଦୁର୍ବୃତ୍ତ!

ଲକ୍ଷ୍ମୀପୁର: ଛଅ ହଜାର ଟଙ୍କାର ନକଲି ନୋଟ୍‌ ପ୍ରଦାନ କରି ଜଣେ ବୟସ୍କ ଲୋକଙ୍କ ଠାରୁ ୫ହଜାର ଟଙ୍କା ଦୁର୍ବୃତ୍ତମାନେ ଠକି ନେଇଛନ୍ତି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛିା ଠକାମୀର ଶିକାର ହୋଇଛନ୍ତି ବୁର୍ଜା ଗାଁର ବୟସ୍କ ବ୍ୟକ୍ତି ବାଞ୍ଛାନିଧି ଖୋସ୍ଲା।

ସୂଚନା ଅନୁସାରେ ବାଞ୍ଛାନିଧି ଲକ୍ଷ୍ମୀପୁର ଡାକ୍ତରଖାନା ଅଞ୍ଚଳରୁ ଆସୁଥିବା ସମୟରେ ଦୁଇଜଣ ବ୍ୟକ୍ତି ମୋଟର ସାଇକେଲ୍‌ରେ ଆସି ତୁମ ପୁଅ ନାହାଁନ୍ତି କି, ଦେଖାଯାଉନାହାଁନ୍ତି ବୋଲି କହିବା ସହ କୁଆଡ଼େ ଯାଇଛନ୍ତି ବୋଲି ପଚାରିଥିଲେ। ପରେ ବୁର୍ଜାରେ ପୁଅ ଅଛି ବୋଲି ବ୍ୟକ୍ତି ଜଣକ କହିବା ପରେ ତୁମ ପୁଅକୁ ଏକ ହଜାର ଟଙ୍କା ବାକି ଦେବାର ଅଛି। ମଉସା ଏହାକୁ ଦେଇ ଦିଅ କହି ୨ହଜାର ଟଙ୍କାର ଏକ ଜାଲି ନୋଟ୍‌ ପ୍ରଦାନ କରିଦେଇ ଥିଲେ। ବୟସ୍କା ବ୍ୟକ୍ତି ଜଣକ କିଛି ନଜାଣି କିଛି ୫ଶହ ଟଙ୍କା ବିଡ଼ାରୁ ୨ଟି ଫେରାଇବା ସହ ଜାଲି ୨ ହଜାର ଟଙ୍କାଟି ରଖିଦେଇଥିଲୋ ପରବର୍ତ୍ତୀ ସମୟରେ ଯେତେବେଳେ ଦୁର୍ବୃତ୍ତମାନେ ଅଧିକ ୫ଶହ ଟଙ୍କିଆ ନୋଟ୍‌ ରଖିଥିବା ଜାଣିପାରିଲେ ସଙ୍ଗେ ସଙ୍ଗେ ମଉସା ତୁମ ପୁଅଙ୍କୁ କହିଦେବ ତୁମ ସାଙ୍ଗ ଆକାଶ ହଜାରେ ଟଙ୍କା ନେବାଟା ଫେରାଇଛି। ଏଥି ସହ ମଉସା ବଜାରରେ ଖୁଚୁରା ଟଙ୍କା ମିଳୁନି ତେଣୁ ଆଉ ୪ ହଜାର ଟଙ୍କାର ଖୁଚୁରେ ଦେବକି କହିବା ପରେ ବୟସ୍କ ବ୍ୟକ୍ତି ଜଣକ ପୁଣି ୨ଟି ଜାଲି ୨ହଜାର ଟଙ୍କା ନୋଟ୍‌ ରଖିକି ୮ଟି ୫ଶହ ଟଙ୍କିଆ ନୋଟ୍‌ ପ୍ରଦାନ କରିଥିଲୋ

ଦୁର୍ବୃତ୍ତମାନେ ବଡ ଖୁସିରେ ଜାଲ ବିଛାଇ ୫ହଜାର ଟଙ୍କା ଧରି ଚାଲି ଯାଇଥିବା ବେଳେ ବାଞ୍ଚାନିଧି ଘରେ ପହଞ୍ଚି ତାଙ୍କ ପୁଅ ସିଦେଶ ଖୋସ୍ଲାଙ୍କୁ ଆକାଶ ଦେଇଛି କହି ଟଙ୍କା ପ୍ରଦାନ କରିବା ସମୟରେ ୩ଟି ଯାକ ୨ହଜାର ଟଙ୍କା ନୋଟ୍‌ ନକଲି ବୋଲି ଜଣାପଡ଼ିଥିଲା ଓ ସେ କେଉଁ ଆକାଶକୁ ହଜାରେ ଟଙ୍କା ଉଧାର ଦେଇ ନ ଥିଲେ ବୋଲି ତାଙ୍କ ବାପାଙ୍କୁ କହିଥିଲୋ ପରେ ଅଭିନବ ଉପାୟରେ ଟଙ୍କା ଠକିକି ନେଇଥିବା ବାପ ପୁଅ ଉଭୟେ ଜାଣିଥିଲୋ କିନ୍ତୁ ଏହା ଯିଏ ବି ଶୁଣିବ ଟିକେ ଲଜ୍ଜା ଅନୁଭବ କରିବେ ଭାବି ଥାନାର ଦ୍ୱାରସ୍ତ ହୋଇନାହାଁନ୍ତି।

ବର୍ତ୍ତମାନ ଦୁନିଆରେ ଦୁର୍ବୃତ୍ତମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ବିଶେଷ କରି ବୟସ୍କଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଅନେକ ସୁନା ରୁପା ଧୋଇବା ଭଳି ଘର ଘର ବୁଲି ଠକିକି ନେଉଛନ୍ତିା ଅବଶ୍ୟ ଏହିଘଟଣା ଆଗରୁ ମଧ୍ୟ ଅନ୍ୟ ଅଞ୍ଚଳରେ ହୋଇଥିବା ଶୁଣିବାକୁ ମିଳିଛି କିନ୍ତୁ ଲକ୍ଷ୍ମୀପୁର ଅଞ୍ଚଳରେ ଏହା ପ୍ରଥମ ଘଟଣା। ଏପରି ଖବର ଯେଉଁ ପାଠକମାନେ ପଢୁଛନ୍ତି ସେମାନେ ସତର୍କ ହେବା ସହ ସମାଜର ଅନ୍ୟାନ୍ୟ ଲୋକଙ୍କୁ ମଧ୍ୟ ଏପରି  ସଚେତନତା କରାଇବା ଏକ ପ୍ରକାର ଜରୁରୀ ଅଟୋ

ସମ୍ବନ୍ଧିତ ଖବର