ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ବୃଦ୍ଧ ଉଦ୍ଧାର, ମିଳିନି ପରିଚୟ 

ଭଞ୍ଜନଗର: ଗଂଜାମ ଜିଲ୍ଲା ଭଞ୍ଜନଗର ଥାନା ସୋରାଦେବୀ ଜଙ୍ଗଲ ଭିତରୁ ଆଜି ଜଣେ ମୁମୂର୍ଷୁ ଅବସ୍ଥାରେ ଜଣେ ବୃଦ୍ଧଙ୍କୁ ଉଦ୍ଧାର କରାଯାଇଛି। ବୃଦ୍ଧଙ୍କ ପରିଚୟ ମିଳିପାରିନଥିବା ବେଳେ ତାଙ୍କ ପରିବାର ସହ ଯୋଗାଯୋଗ କରାଯାଇ ପାରିନାହିଁ। ବୃଦ୍ଧା ଜଣଙ୍କ ବୟସ ପାଖାପାଖି ୬୦ ରୁ ୬୫ ହେବ ବୋଲି ଅନୁମାନ କରାଯାଉଛି। ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଲପିଂ ହେଣ୍ଡ୍ ସଦସ୍ୟ ମାନେ ଜଙ୍ଗଲ ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ମେଡିକାଲରେ ଭର୍ତ୍ତି କରିଥିଲେ। ତାଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି। ଡାକ୍ତରଖାନାରେ ଚିକିତ୍ସା ଚାଲିଥିବା ବେଳଳେ ତାଙ୍କ ଚେତା ଫେରିନଥିବା ଜଣପଡିଛି। ବୃଦ୍ଧ ଜଣଙ୍କ ୩ରୁ ୪ ଦିନ ଧରି ଏହି ଜଙ୍ଗଲରେ ପଡି ରହିଥିବା ଅନୁମାନ କରାଯାଉଛି। ଶରୀର ସଂପୂର୍ଣ୍ଣ ଶୁଖିଯାଇଥିବା ବେଳେ କଙ୍କାଳ ଦେଖାଯାଉଛି। ସେ ଏକ ନୂଆଁ କଳା ରଙ୍ଗର ପ୍ୟାଣ୍ଟ୍ ପିନ୍ଧିଥିବା ଥିବା ବେଳେ ପାଖରେ ଏକ ଲୁଙ୍ଗି ଆଉ ଚାଦର ପଡିଥିବା ଦେଖିବାକୁ ମଳିଥିଲା। ମାଟି ତଳେ ପଡି ରହିଥିବାରୁ କାନରେ ଜନ୍ଦା ପିମ୍ପୁଡି ଲାଗିଯାଇଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା ବୃଦ୍ଧା ଜଣଙ୍କ ପରିଚୟ ଜଣାପଡିନଥିବା ବେଳେ ସେ କିଭଳି ଏହି ସ୍ଥାନକୁ ଆସିଲେ ଏହା ପଛରେ କଣ କାରଣ ରହିଛି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଜି ସକାଳ ସମୟରେ ସ୍ଥାନୀୟ ଇଲାକାର କିଛି ମହିଳା ଜଙ୍ଗଲକୁ ଜାଳେଣୀ କାଠ ଆଣିବା ପାଇଁ ଯାଇଥିଲେ। ସେଠାରେ ଜଣେ ବୃଦ୍ଧ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ପାଣି ପିଇବା ପାଇଁ ଦେବା ସହ ଏସଂର୍ପକରେ ଗ୍ରାମକୁ ଯାଇ କହିଥିଲେ। ଏହାପରେ ଗ୍ରାମର ଜଣେ ଯୁବକ ହେଲପିଙ୍ଗ ହ୍ୟାଣ୍ଡ ସଦସ୍ୟଙ୍କୁ ଖବର ଦେଇଥିଲେ। ଏହାପରେ ହେଲପିଙ୍ଗ ହ୍ୟାଣ୍ଡ ଅନୁଷ୍ଠାନର ସଦସ୍ୟ ମାନେ ପହଞ୍ଚି ପୁଲିସ୍ ଓ ଉପଜିଲ୍ଲାପାଳଙ୍କୁ ଖବର ଦେବା ସହ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପୁଲିସ୍ ମେଡିକାଲରେ ପହଞ୍ଚି ତଦନ୍ତ କରି ଫେରିଥିବା ବେଳେ ସ୍ବାସ୍ଥ ଅବସ୍ଥାରେ ଉନ୍ନତି ଆସିଲେ ତାଙ୍କ ପରିଚୟ ମିଳିବା ପରେ ସେ କିଭଳି ଏହି ଜଙ୍ଗଲକୁ ଆସିଲେ ତାହା ସ୍ପଷ୍ଟ ହେଲା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁଲିସ୍ ପ୍ରକାଶ କରିଛି। ହେଲପିଂ ହେଣ୍ଡ୍ ସଦସ୍ୟ ଶିଶିର ଗୌଡ,ଆଶିଷ ରାଉତ, ଭବାନୀ ପାଳ, ସିଲୁ ପ୍ରଧାନ ସହ କିଛି ମେଡିକାଲ୍ କର୍ମଚାରୀ ବୃଦ୍ଧ ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର