ଖୋର୍ଦ୍ଧା : ଖୋର୍ଦ୍ଧା ନିକଟସ୍ଥ ଦଧିମାଛଗାଡ଼ିଆରେ ଥିବା ଶ୍ରୀରାମଚନ୍ଦ୍ର ଦେବ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଦଧିମାଛଗାଡ଼ିହା ହାଇସ୍କୁଲର ପୁରାତନ ଛାତ୍ରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ସ୍କୁଲର ବିକାଶ ଦାୟିତ୍ୱ ନିଜ ହାତକୁ ନେବାକୁ ବୈଠକରେ ସ୍ଥିର କରାଯାଇଛି ।

Advertisment

ଗୋଡ଼ା ଲୋକନାଥ ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ଏହି ବୈଠକରେ ଏଥିରେ ରାଉରକେଲା ଷ୍ଟିଲ୍ ପ୍ଲାଂଟ୍ର ସାଧାରଣ ପରିଚାଳକ ତରୁଣ କୁମାର ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ମୋ ସ୍କୁଲ ଅଭିଯାନ, ସ୍କୁଲର ପରିସରର ପରିଚ୍ଛନ୍ନତା, ବୃକ୍ଷ ରୋପଣ, ସ୍କୁଲର ବିକାଶ, ପୂଜ୍ୟପୂଜା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏନେଇ ସର୍ବସମ୍ମତିକ୍ରମେ ଏକ କାର୍ଯ୍ୟନିର୍ବାହୀ କମିଟି ଗଠନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଦାଶରଥି ସାମନ୍ତରାୟ, ନଗେନ୍ଦ୍ର ଦତ୍ତ, ଭାସ୍କର ବେହେରା ପ୍ରମୁଖ ପରିଚାଳନା କରିଥିଲେ ।