ଜଗତସିଂହପୁର ଟାଉନ୍: ଗତକାଲି ଜଗତସିଂହପୁର ବ୍ଲକ କାଦୁଆପଡାର ଚାରୂଲତା ରାଉତ (୬୨) ନିଜ ଘର ନିକଟ ଗାଦିବ୍ରହ୍ମ ମହିଳା କଲେଜ ନିକଟରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲଗାଣ ବର୍ଷା ପାଣିରେ ବୁଡି ଯାଇଥିଲେ। ଅନେକ ଖୋଜାଖୋଜି ବେଳେ ମିଳିନଥିଲେ। ଆଜି ଅଗ୍ନିଶମ ବାହିନୀ ପକ୍ଷରୁ ଘରଠାରୁ କିଛି ଦୂରରେ ମହିଳାଙ୍କ ମୃତଦେହ ଉଦ୍ଧ।ର କରାଯାଇଛି। ଲଗାଣ ବର୍ଷାରେ ଏହା ହେଉଛି ପ୍ରଥମ ମୃତ୍ୟୁ।
ସେହିପରି ମହାନଦୀ ଫୁଲିବାରେ ଲାଗିଛି। ମହାନଦୀ ଫୁଲି ତିର୍ତ୍ତଲ ନିକଟରେ ପଠାରେ ପାଣି ମାଡୁଛି। ତିର୍ତ୍ତୋଲ ଥାନା ଗଡାରେ ରହୁଥିବା ଉମେଶ ମାହାଲୋ ମହାନଦୀ ପଠା ଗୋପିଆକୁଦକୁ ଯାଇଥିବା ବେଳେ ପାଣିରେ ବୁଡି ନିଖୋଜ ହେଇଯାଇଛନ୍ତି। ଅଗ୍ନିଶମ ବାହିନୀ ଖୋଜା ଖୋଜି ପରେବି ଖବର ମିଳିପାରି ନାହଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/dead.jpg)