ପରିତ୍ୟକ୍ତ ପୋଖରୀରେ ବୁଡି ବୃଦ୍ଧା ମୃତ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡପଦନା ଗ୍ରାମର ଏକ ପରିତ୍ୟକ୍ତ ପୋଖରୀରେ ବୁଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶଯେ ସ୍ଥାନୀୟ ବଡପଦନା ଗ୍ରାମର ବୃଦ୍ଧା କୁନ୍ତଳା ରାଉତ(୮୬) ଗତକାଲି ବିଳମ୍ବିତ ରାତ୍ରୀରେ ଘରପାଖ ପୋଖରୀକୁ ଶୌଚ ପାଇଁ ଯିବା ସମୟରେ ଅସାବଧାନତା ବସତଃ ଗୋଡ ଖସିଯିବାରୁ ପାଣିରେ ବୁଡି ଯାଇଥିଲେ । ପରିବାର ଲୋକ ସକାଳୁ କୁନ୍ତଳାକୁ ଖୋଜାଖୋଜି ପରେ ଘରପାଖ ପୋଖରୀରେ ମୃତଦେହ ଭାସୁଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଉପସ୍ଥିତିରେ ମୃତଦେହ ପୋଖରୀରୁ ଊଦ୍ଧାର କରାଯିବା ପରେ ଶବ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ପଠାଯାଇଥିଲା । ପୁଲିସ୧୧/୨୧ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।

ସମ୍ବନ୍ଧିତ ଖବର