ମୟୂରଭଂଜ: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

ଗୋରୁମହିଷାଣୀ: ମୟୂରଭଞ ଜିଲ୍ଲା ରାଇରଙ୍ଗପୁର ଟାଉନ୍‌ ଥାନା ଅନ୍ତର୍ଗତ ପୁରୁଣାପାଣି ଗ୍ରା.ପର ତାମଳବନ୍ଧ ଗ୍ରାମର ଜଣେ ବୃଦ୍ଧା ଖଡଖାଇ ନଦୀରେ ବୁଡି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାରୁ ପ୍ରକାଶ ଯେ ବହଳଦା ଥାନା ଅନ୍ତର୍ଗତ କୁଲଗି ଗ୍ରାମର ସର୍ଗତଃ ଜୟ କୁଣ୍ଡଙ୍କ ସ୍ତ୍ରୀ କନକୁ କୁଣ୍ଡ (୫୫) ସ୍ୱାମୀଙ୍କ ମୃତ୍ୟୁ ପରେ ସେ ତାଙ୍କ ବାପଘର ତାମଳବନ୍ଧରେ ରହୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ତାଙ୍କ ମାନସିକ ଅବସ୍ଥା ଭଲନଥିଲା । ତେବେ ଖଡଖାଇ ନଦୀରେ ବୁଡିଯାଇ ତାଙ୍କ ମୃତ୍ୟୁ ଘଟିଥିଲା । ଶବକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି । ଏନେଇ ରାଇରଙ୍ଗପୁର ଆଦର୍ଶ ଟାଉନ୍‌ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର