ନୟାଗଡ଼: ସାପ କାମୁଡ଼ାରେ ବୃଦ୍ଧା ମୃତ

ନୟାଗଡ଼: ସାପ କାମୁଡ଼ାରେ ମଙ୍ଗଳବାର ସନ୍ଧ୍ୟାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ନୟାଗଡ଼ ଜିଲ୍ଲାର ଭାପୁର ବ୍ଲକ ଅନ୍ତର୍ଗତ ଫତେଗଡ଼ ପଂଚାୟରେ ଏହି ଅପମୃତ୍ୟୁ ଘଟଣା ଘଟିଛି। ପାର୍ବତୀପୁର ଗ୍ରାମର ସାର ବେହେରୋ ଗାଁ ମୁଣ୍ଡରେ ଥିବା ଘରକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ୬୫ ବର୍ଷୀୟ ବୃଦ୍ଧାଙ୍କୁ ସର୍ପ ଦଂଶନ କରିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍‌ପିଟାଲ ନିଆଯାଇଥିଲା। ମାତ୍ର ହସ୍‌ପିଟାଲରେ ପହଂଚିବା ପରେ ବୃଦ୍ଧାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର