ଗାଧୋଇବାକୁ ଯାଇଥିବା ବ‌େଳେ ବଡ଼ନଦୀରେ ବୁଡି ବୃଦ୍ଧା ମୃତ  

ଭଞ୍ଜନଗର: ଭଞ୍ଜନଗର ଥାନା ଅଧିନ ପାଟୁଳି ସାହି ନିକଟ ବଡ଼ନଦୀ ତୁଠରେ ଗାଧୋଇବାକୁ ଯାଇ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ବେଲଗୁଣ୍ଠା ଫାଣ୍ଡି ଅଧିନ ଜି.ନୂଆଗାଁର ସୋମନାଥ ସେଠୀଙ୍କ ସ୍ତ୍ରୀ ଚନ୍ଦ୍ରମା ସେଠୀ(୬୫) ଆଜି ସକାଳ ସମୟରେ ଗାଧୋଇବା ପାଇଁ ବଡ଼ନଦୀକୁ ଯାଇଥିବା ବେଳେ ଅସାବଧାନତା ବଶତ ପାଣିରେ ବୁଡି ଯାଇଥିଲେ। ଦୀର୍ଘ ସମୟ ଧରି ଘରକୁ ନଫେରିବାରୁ ପରିବାର ଲୋକ‌େ ଚନ୍ଦ୍ରମାକୁ ଖୋଜାଖୋଜି କରିଥିଲେ। କିନ୍ତୁ ଚନ୍ଦ୍ରମାଙ୍କ କିଛି ପତ୍ତା ମିଳିନଥିଲା। ଆଜି ମଧ୍ୟାହ୍ନ ୨ ଟା ସମୟରେ କିଛି ଲୋକ ପାଟୁଳି ସାହି ନଦୀ ତୁଠରେ ଚନ୍ଦ୍ରମାଙ୍କ ମୃତ ଦେହ ଲାଗିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ କେସ୍‌ ନଂ ୬୧/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ସୁଚନା ପ୍ରଦାନ କରିଛନ୍ତି।

 

 

 

 

ସମ୍ବନ୍ଧିତ ଖବର