ରାଇରଙ୍ଗପୁର: ଦୁଇଦିନ ହେବ ଗ୍ରୀଷ୍ମର ଉତ୍ତାପ ବଢିବାରେ ଲାଗିଛି। ଫଳରେ ମନୁଷ୍ୟଠାରୁ ଆରମ୍ଭ କରି ପଶୁପକ୍ଷୀ ସମେତ ଅନ୍ୟ ଜୀବଜନ୍ତୁ ଡହଳବିକଳ ହେଉଛନ୍ତି। ତେବେ ଅଥ୍ୟଧିକ ଖରାର ଉତତାପ ଯୋଗୁଁ ରାଇରଙ୍ଗପୁର ଗ୍ରାମାଂଚଳ ଥାନା ଅର୍ନ୍ତଗତ ଶ୍ୟାମସୁନ୍ଦର ଗ୍ରାମରେ ଜଣେ ବୃଦ୍ଧାଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ।
ସୂଚନା ଅନୁଯାୟୀ ଶ୍ୟାମସୁ୍ନ୍ଦର ଗ୍ରାମର ବ୍ୃଦ୍ଧା କାର୍ମୀ ହେମ୍ବ୍ରମ(୬୨) ଖରା ସମୟରେ ଧାନ ଶୁଖାଇବାକୁ ଏବଂ ଛେଳି ଚୋରାଇବାକୁ ଯାଇଥିବା ସମୟରେ ଚଟାଣି ପାର୍ଶ୍ୟରେ ଥିବା ଏକ ଗଛ ତଳୁ ତାଙ୍କ ଶବ ପଡିଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ତେବେ ତାଙ୍କ ପରିବାରରେ କେହି ନ ଥିବାରୁ ଗ୍ରାମବାସୀ ରାଇରଙ୍ଗପୁର ଗ୍ରାମାଂଚଳ ଥାନାରେ ଖବର ଦେବା ପରେ ପୋଲିସ୍ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାୟଳୟକୁ ପଠାଇଛି । ତେବେ ଗ୍ରାମବାସୀଙ୍କ ଅଭିଯୋଗ ଯେ କର୍ମୀଙ୍କ ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି । ଏନେଇ ଗ୍ରମାଂଚଳ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)