ସାପ କାମୁଡ଼ାରେ ବୃଦ୍ଧା ମୃତ

ଦେବଗଡ଼: ବାରକୋଟ ଥାନାଚଂଳର ଗୁରୁଜାଙ୍ଗ ଗ୍ରାମରେ ଆଜି ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁଯାୟୀ , ଗୁରୁଜାଙ୍ଗ ଗ୍ରାମର ବିଦେଶୀ କାଲୋ ଙ୍କ ପତ୍ନୀ ଟାଇଲ କାଲୋ (୬୨) ଗତକାଲି ରାତି ଅନ୍ୟ ଦିନ ଭଳି ଖିଆପିଆ ସାରି ଶୋଇ ଥିଲେ । ତେବେ ବିଳମ୍ବିତ ରାତିରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେବାରୁ ସେ ଏହା ଜାଣିପାରି ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଗୁରୁତର ଟାଇଲ ଙ୍କୁ ଦେଶୀ ଚିକିତ୍ସା ଆରମ୍ଭ କରିଥିଲେ । ମାତ୍ର ଦେଶୀ ଚିକିତ୍ସାର କୌଣସି ସୁଫଳ ମିଳିନଥିଲା ଏବଂ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଆଜି ତାଙ୍କୁ ଚିକିତ୍ସା ପାଇଁ ବାରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।  ସୂଚନା ପାଇ ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହିତ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଦେଇଛି ।

ସମ୍ବନ୍ଧିତ ଖବର