ପଟ୍ଟାଙ୍ଗି: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଜଡିମାଦିଲି ଗ୍ରାମ ନିକଟରେ ଗତକାଲି ସନ୍ଧ୍ୟାରେ ଏକ ଟ୍ରକ (ଓଡି ୦୭ଏଲ୍ ୨୯୩୭) ଜୟପୁର ଅଭିମୁଖେ ଯାଉଥିବା ସମୟରେ ରାସ୍ତା କଡରେ ଚାଲି ଚାଲି ଯାଉଥିବା ବୃଦ୍ଧା ସିନାମୀ ଗେମେଲ ଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଚାଲିଯାଇଥିଲା । ଖବର ପାଇ ସ୍ଥାନୀୟ ଲୋକ ଓ ପଟ୍ଟାଙ୍ଗି ପୁଲିସ ପହଁଚି ଫେରାର ଟ୍ରକ ଟିକୁ ଅଟକ ରଖିବା ସହ ଗୁରୁତର ଆହତ ଅବସ୍ଥାରେ ପଡିରହିଥିବା ବୃଦ୍ଧାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ପଟ୍ଟାଙ୍ଗି ଡାକ୍ତରଖାନାକୁ ପଠେଇଥିଲେ ଓ ସେଠାରେ କିଛି ସମୟ ଚିକିତ୍ସା ପରେ ବୃଦ୍ଧା ଙ୍କ ମୃତ୍ୟୁ ଘଟିଥିଲା।
Advertisment
ଆଜି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ କିନ୍ତୁ କ୍ଷତିପୂରଣ ପାଇଁ ସମ୍ପୃକ୍ତ ଗାଡି ମାଲିକ ସେମାନଙ୍କ ଦାବି ଅନୁଯାୟୀ କ୍ଷତିପୂରଣ ନଦେବାରୁ ପରିବାର ଲୋକେ ଶବ କୁ ନେଇ ପଟ୍ଟାଙ୍ଗି ଥାନା ସମ୍ମୁଖରେ ପ୍ରାୟ ଏକ ଘଣ୍ଟା ଧରି ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଥାନା ଅଧିକାରୀ,ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ବିମଳା ପାଙ୍ଗି, ସମାଜସେବୀ ପ୍ରତାପ ଚୌଧୁରୀ, ପୁଲିସ ବୁଝା ସୁଝା ପରେ ୩୦ ହଜାର ଟଙ୍କା କ୍ଷତିପୂରଣ ଦେବା ପରେ ଶବ ନେଇ ନିଜ ଗ୍ରାମ ଝଡିମାଦିଲି ଗ୍ରାମକୁ ନେଇ ଥିବା ଜଣାପଡିଛି।