ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଚିଚିବାଇ ଗ୍ରାମରେ ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ବୃଦ୍ଧା ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ବୃଦ୍ଧା ଜଣକ ଚିଚିବାଇ ଗ୍ରାମର ଗୁରୁବାରି ଜାନି (୬୫) ବୋଲି ଜଣାପଡିଛି। ଖବର ପାଇ ଡାବୁଗାଁ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସୂଚନା ଅନୁଯାୟୀ ଡାବୁଗାଁ ଥାନା ଅନ୍ତର୍ଗତ ଚିଚିବାଇ ଗ୍ରାମର ଗୁରୁବାରି ଜାନି (୬୫) ଆଜି ଦିନ ପ୍ରାୟ ୧୧ ଘଣ୍ଟ ସମୟରେ ଗାଧୋଇବାକୁ ଯିବି କହି ଗ୍ରାମ ଠାରୁ ୧ କିମି ଦୂର ବେଲାର ନଦୀକୁ ଯାଇଥିଲା। ତେବେ ଦୀର୍ଘ ସମୟ ଧରି ଗୁରୁବାରି ଘରକୁ ନ ଫେରିବାରୁ ଗୁରୁବାରିର ଝିଅ ରାଇମତି ଜାନି ବେଲାର ନଦୀକୁ ଦିନ ପ୍ରାୟ ଏକ ଘଣ୍ଟା ସମୟରେ ଯାଇ ମା ଗୁରୁବାରିକୁ ଖୋଜିଥିଲା। ସେଠାରେ ଗୁରୁବାରିର ପୋଷାକ ଥିବା ବେଳେ ଗୁରୁବାରି ପାଣିରେ ବୁଡ଼ି ଯାଇଥିବା ଦେଖି ତୁରନ୍ତ ଗ୍ରାମର ଭାଗବତ ମାଝି ଓ ପରିବାର ବର୍ଗଙ୍କୁ ଖବର ଦେଇଥିଲା। ଗ୍ରାମବାସୀ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ତୁରନ୍ତ ଖବର ଦେଇଥିଲେ।

ଅଗ୍ନିଶମ କର୍ମଚାରୀ ଗୁରୁବାରି ଜାନିକୁ ନଦୀ ମଧ୍ୟ ଗଭୀର ପାଣିରୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଏ ନେଇ ପରିବାରର ଫୁଲସ ଜାନି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର