ଚିକିଟି/ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଦିଗପହଣ୍ଡି ବ୍ଲକ୍ ଅଧୀନ ଖମ୍ବାରିଗାଁ ଜମିରୁ ଜଣେ ବୃଦ୍ଧାଙ୍କ ଶବକୁ ହାତ ବନ୍ଧାଯାଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତକଜଣକ ହେଲେ, ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ୍ କୁରୁବା ଗାଁର ଦୁଃଖୀ ଦଳାଇ (୭୦)। ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। କେ.ନୂଆଗାଁ ଥାନାରେ କେସ୍ ନମ୍ବର ୨୭୫ ଅନୁସାରେ ମାମଲା ରୁଜୁ ଓ ତଦନ୍ତ ଆରମ୍ଭ କରାଯାଇଥିବା ସହ ମୃତକ ଦୁଃଖୀଙ୍କ ଝିଆରୀକୁ ଅଟକ ରଖାଯାଇଛି।
ପ୍ରାଥମିକ ସୂଚନାନୁସାରେ, ଦୁଃଖୀ ତାଙ୍କ ଝିଆରୀ ସହ ଗତକାଲି ୧୦ କିଲୋମିଟର ଦୂର ଖମ୍ବାରିଗାଁକୁ ଜବକାର୍ଡ଼ କରିବାକୁ ଆସିଥିଲେ। ରାତି ହେବାରୁ ସେ ସଂପର୍କୀୟଙ୍କ ଘରେ ରହିଯାଇଥିଲେ।
ପ୍ରାଥମିକ ସୂଚନାନୁସାରେ, ଦୁଃଖୀ ତାଙ୍କ ଝିଆରୀ ସହ ଗତକାଲି ୧୦ କିଲୋମିଟର ଦୂର ଖମ୍ବାରିଗାଁକୁ ଜବକାର୍ଡ଼ କରିବାକୁ ଆସିଥିଲେ। ରାତି ହେବାରୁ ସେ ସଂପର୍କୀୟଙ୍କ ଘରେ ରହିଯାଇଥିଲେ।
ସକାଳେ ଆଜି ହଠାତ୍ ଦୁଃଖୀଙ୍କ ଉଲଗ୍ନ ଶବ ରାଜଘାଇ କେନାଲ୍ ନିକଟ ଜମିରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କର ହାତ ଓ ଗୋଡ଼କୁ ବନ୍ଧାଯାଇଥିଲା। ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ଓ କେ.ନୂଆଗାଁ ଥାନାଧିକାରୀ ମୃତ୍ୟଞ୍ଜୟ ସ୍ୱାଇଁ ସଦଳବଳ ପହଞ୍ଚି ଶବକୁ ଜବତ କରିଥିଲେ। ଏହାସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ୍ କରିଥିଲେ। ତେବେ ଏହା ଏକ ହତ୍ୟା ବୋଲି ଅନୁମାନ କରାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/dead-f.jpg)