ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର କୈରାଝୁଲି ଗାଁ ମୁଣ୍ଡରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବୃଦ୍ଧାଙ୍କୁ ସ୍ଥାନୀୟ ପ୍ରଶାସନ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ବୃଦ୍ଧା ଜଣକ ଦୁର୍ବଳ ଅବସ୍ଥାରେ ପଡି ରହିଥିଲେ। ବହୁଦିନ ହେବ ଯାଲୋଏର ଆଖ-ପାଖ ଗ୍ରାମରେ ବୁଲି ବୁଲି ମାଗି ଖାଉଥିଲେ। କିନ୍ତୁ କିଛି ଦିନ ହେବ ଶରୀର ଦୁର୍ବଳ ହୋଇ ଯିବା ଯୋଗୁଁ ରାସ୍ତାର ଅନେକ ଜାଗାରେ ପଡି ରହୁଥିଲେ।
ଏ ନେଇ ବିଡ଼ିଓ ହେମସାଗର ଭୋଇଙ୍କୁ ଖବର ମିଳିବା ପରେ ସେ ଉଲୁଣ୍ଡା ବିଏସଏସଓ ଅଞ୍ଜୁ ମିଶ୍ର ଓ ଯାଲୋଏ ଜିଆରଏସ ଶିବରାମ ମିଶ୍ରଙ୍କୁ ଘଟଟାସ୍ଥଳକୁ ଯିବା ପାଇଁ ପରାମର୍ଶ ଦେଇଥିଲେ। ପରେ ବ୍ଳକ କର୍ମଚାରୀ ବଳରାମ ପୁରୋହିତ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀ, ଜିଆରଏସ ଶିବରାମ ମିଶ୍ର, ଅଞ୍ଜୁଲତା ମିଶ୍ର ଓ ସ୍ଥାନୀୟ ଯୁବକମାନେ ଅସହାୟ ମହିଳାଙ୍କୁ ଗାଡିରେ ବସାଇ ଉଲୁଣ୍ଡା ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକତ୍ସା ପରେ ବୃଦ୍ଧାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।
/sambad/media/post_attachments/wp-content/uploads/2020/11/8941b790-bcf3-4aee-8c0f-030c9c1ac30e-1024x768.jpg)
ସୂଚନା ଥାଉ କି ଗତକାଲି ବୃଦ୍ଧା ଜଣକ କୈରାଝୁଲି ନିକଟରେ ଏକ ଲଟା ବୁଦାରେ ପଡି ଯାଇଥିଲେ। ସ୍ଥାନୀୟ ଯୁବକ ବୈଶାଖୁ ପଧାନ ମହିଳାଙ୍କୁ ଉଦ୍ଧାର କରିଥିଲେ। ଡାକ୍ତରଖାନାରେ ଅସହାୟ ବୃଦ୍ଧା ଜଣକ ସୁସ୍ଥ ଅନୁଭବ କଲେ ତାଙ୍କୁ ବୃଦ୍ଧାଶ୍ରମରେ ରଖାଯିବ ବୋଲି ଉଲୁଣ୍ଡା ବିଡ଼ିଓ ଶ୍ରୀ ଭୋଇ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Ulunda-1.jpg)