ନୂଆପଡା: ନୂଆପଡା ଜିଲା ଧରମବନ୍ଧା ଥାନା କେନ୍ଦୁବାହାର ପଞ୍ଚାୟତର ସାନବାହାଳିର ଜଣେ ଵୃଦ୍ଧା ମହିଳା ସୋମବାର ପୋଖରୀକୁ ଗାଧୋଇବା ପାଇଁ ଯାଇ ପାଣିରେ ବୁଡିଯିବାରୁ ମୃତ୍ୟୁ ହୋଇଯାଇଛି କରିଛନ୍ତି। ମୃତ ଵୃଦ୍ଧା ମହିଳା ହେଲେ ସାନବାହାଲି ଗାଁ ଭାଗବତୀ ମାଝୀ (୮୦) | ଵୃଦ୍ଧା ମହିଳା ଜଣକ ସକାଳେ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ପୋଖରୀରେ ଗାଧୋଇବା ସମୟରେ ଗୋଡ଼ ଖସି ଯିବାରୁ ଗଭୀର ପାଣି ଭିତରକୁ ଚାଲି ଯାଇ ବାହାରି ପାରିନଥିଲେ ।
ପରିବାର ଗାଁ ଲୋକଙ୍କ ସହ ଆସି ପୋଖରୀରେ ବୁଡି ଯାଇଥିବା ଭଗବତୀଙ୍କୁ ଉଦ୍ଧାର କରି ନୂଆପଡା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଧରମବନ୍ଧା ପୁଲିସ ଡାକ୍ତରଖାନାକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ଧରମବନ୍ଧା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/4c744eff-df68-4f79-865e-388db5537bce.jpeg)