ଆନନ୍ଦପୁର: ଆନନ୍ଦପୁର ଥାନା ଟାଙ୍ଗର ନିକଟ‌ରେ ଆନନ୍ଦପୁର ବ୍ୟାରେଜ୍ କେନାଲରେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସେହି ଗ୍ରାମର ନରହରି ନାୟକ(୩୪)। ଆଜି ପୂର୍ବାହ୍ନ ୧୦ଟାବେଳେ ସେ କେନାଲକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ।

Advertisment

ଏକଥା ଜଣାପଡ଼ିବା ‌ପରେ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଆନନ୍ଦପୁର ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁକରି ଉପଖଣ୍ଡ ଡାକ୍ତରଖାନାରେ ମୃତଦେହକୁ ବ୍ୟବଚ୍ଛେଦ କରାଇଛି।