ଇବ୍ଥର୍ମାଲ: ଡବ୍ଲୁଆଇ କଲୋନିରେ କୂଅରେ ପଡ଼ି ସୁବାସିନି କେଛୋ (୬୯ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଘର ଅଗଣାରେ ଥିବା କୂଆରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ପଡ଼ି ଯାଇଥିଲେ।
ପରିବାର ଲୋକ ଉଦ୍ଧାର କରି ତାଙ୍କୁ ଇବ୍ଥର୍ମାଲ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ବନହରପାଲି ଥାନାରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏଏସ୍ଆଇ ଅମ୍ରିତା ମୁଣ୍ଡା ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/26-5.jpg)