ମାଛ ଧରିବାକୁ ଯାଇ ପୋଖରୀରେ ବୁଡି ବୃଦ୍ଧ ମୃତ

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଖ୍ୟ ଦପ୍ତରରେ ଥିବା ରାଜାମୁଣ୍ଡା ପୋଖରୀରେ ବୁଡି ଜଣେ ବୃଦ୍ଧ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧ ଜଣକ ମହମ୍ମଦ ଫରିଦ୍‌(୬୦)। ତାଙ୍କ ଘର ବିହାରର ହୋଇଥିବା ବେଳେ କିଛି ବର୍ଷ ହେଲା ୨ପୁଅଙ୍କ ଧରି ରାଇଘରରେ ରହି ଆସୁଥିଲେ। ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ମହମ୍ମଦ ଫରିଦ୍‌(୬୦) ମାଛ ଧରିବାକୁ ସ୍ଥାନୀୟ ରାଜାମୁଣ୍ଡା ପୋଖରୀକୁ ଯାଇଥିଲେ। ପୋଖରୀରେ ଜାଲ ବିଛାଇ ମାଛ ଧରୁଥିଲେ। କିଛି ସମୟ ପରେ ଜାଲ ବାହାର କରିବା ବେଳେ ଗୋଡ ଖସିଯିବାରୁ ମହମ୍ମଦ ପୋଖରୀରେ ବୁଡି ଯାଇଥିଲେ। ପୋଖରୀରେ ଉପସ୍ଥିତ କିଛି ପିଲା ଏହା ଦେଖିବା ପରେ ଏନେଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଏନେଇ ପୁଲିଓ ଓ ଦମକଳ ବାହିନୀକୁ ଖବର ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀ ମାନେ ପୋଖରୀରୁ ମହମ୍ମଦଙ୍କ ଶବ ଉଦ୍ଧାର କରିଥିଲେ। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

ସମ୍ବନ୍ଧିତ ଖବର