ବାଇକ ଧକ୍କାରେ ବୃଦ୍ଧ ମୃତ

ଖଇରା  : ଖଇରା ଥାନା ଅଧିନ ସୋର-କୁପାରି ରାଜ୍ୟ ରାଜ ପଥର କୁପାରି ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ବାଇକ ଧକ୍କାରେ ଜଣେ ୭୬ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

କୁପାରି ଗ୍ରାମର କମଳାକାନ୍ତ ବିଶ୍ବାଳ କୌଣସି କାମରେ ଘରୁ ବାହାରକୁ ଆସୁଥିବା ବେଳେ ଓଡ଼ି ୨୨ ଏଲ ୧୫୧୦  ନମ୍ବର ବିଶିଷ୍ଟ ଏକ ବୁଲେଟ ଗାଡ଼ିରେ ଆସୁଥିବା ଯୁବକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଶ୍ରୀ ବିଶ୍ବାଳ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବାଇକ ଯୋଗେ ଖଇରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଖଇରା ପୋଲିସ ପହଞ୍ଚି ଉକ୍ତ ବାଇକକୁ ଜବତ କରିବା ସହିତ ତଦନ୍ତ ଜାରି ରଖିଛନ୍ତି । ଧକ୍କା ଦେଇଥିବା ବାଇକ ଚାଳକଙ୍କ ଘର ଖଇରା ଥାନା ନହଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଶ୍ରୀ ବିଶ୍ବାଳ ଜଣେ ବରିଷ୍ଟ ସମାଜସେବୀ ଭାବେ ଖଇରା ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କର ଏଭଳି ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର