ବରିଷ୍ଠ ନାଗରିକଙ୍କ ବଦାନ୍ୟତା, ପ୍ରାଥମିକ ବିଦ୍ୟାଳୟ ପାଇଁ ଜମି ଦାନ କଲେ

ତେନ୍ତୁଳିଖୁଣ୍ଟି : ୮୦ ବର୍ଷୀୟ ବୃଦ୍ଧଙ୍କ ବଦାନ୍ୟତା ! ନିଜ ସ୍ଥାବର ସମ୍ପତ୍ତିରୁ ସରକାରଙ୍କୁ ୫୪ ଡ଼ିସିମିଲ ଜମି ଦାନ କରି ମହାନତାର ପରିଚୟ ଦେଇଛନ୍ତି ! ଏହି ବଦାନ୍ୟ ବ୍ୟକ୍ତି ଜଣକ ହେଲେ ଗୋବର୍ଦ୍ଧନ ଗୌଡ଼ । ସୋମବାର ସେ ନିଜ ପରିବାରର ସମସ୍ତ ସଦସ୍ୟଙ୍କ ସହ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଦାନ କରିଥିବା ଜମିର ନଥିପତ୍ରରେ ଦସ୍ତଖତ କରି ବିଦ୍ୟାଳୟ ନାମରେ ପଞ୍ଜିକରଣ କରିଛନ୍ତି ।

ସୂଚନା ଅନୁଯାୟୀ ନବରଙ୍ଗପୁର ସହର ନିକଟସ୍ଥ କୁସୁମୀ ଗ୍ରାମରେ ରୁହନ୍ତି ଗୋବର୍ଦ୍ଧନ ଗୌଡ଼ !  ବହୁ ପୂର୍ବରୁ ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ପଂଚାୟତ ଅନ୍ତର୍ଗତ ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ ଗୋବର୍ଦ୍ଧନଙ୍କ ଜାଗାରେ ସ୍ଥାପନ ହୋଇଥିଲା ! ଗୋବର୍ଦ୍ଧନଙ୍କ ନାମରେ ବିଦ୍ୟାଳୟ ଜାଗାଟି ଥିବାରୁ ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ୟରେ ଅସୁବିଧା ହେଉଥିଲା ! ଏହି ଖବର ଶୁଣି ସ୍କୁଲକୁ ଜମି ଦାନ ପାଇଁ ଗୋବର୍ଦ୍ଧନ ନିଷ୍ପତ୍ତି ନେଇଥିଲେ । ଏ ସଂପର୍କରେ ସେ ନିଜର ଗୋଟିଏ ବୋଲି ପୁଅ ନକୁଳ ଗୌଡ଼,ଦୁଇ ଝିଅ ଡାଳିମ୍ବ ଗୌଡ଼ ଏବଂ ହୀରାମଣି ଗୌଡ଼ଙ୍କ ସହ ଆଲୋଚନା କରିଥିଲେ ! ଶେଷରେ ଗତ ୧୧ ତାରିଖ ଦିନ ତାଙ୍କ ସ୍ଥାବର ସମ୍ପତ୍ତିରୁ ୫୪ ଡ଼ିସିମିଲ ଜମି ଶିକ୍ଷା ବିଭାଗକୁ ଲିଖିତ ଭାବରେ ଦାନ କରିଛନ୍ତି !

ଗୋବର୍ଦ୍ଧନଙ୍କ ସମେତ ପୁଅ, ବହୁ ଏବଂ ଦୁଇଜଣ ଝିଅ ତେନ୍ତୁଳିଖୁଣ୍ଟି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ବିଦ୍ୟାଳୟ ନାମରେ ୫୪ ଡ଼ିସିମିଲ ଜମି ଦାନ କରି କାଗଜ ପତ୍ର କାମ ଶେଷ କରିଛନ୍ତି ! ଏଥିପାଇଁ ତହସିଲଦାର ପ୍ରଦୀପ କୁମାର କର ତାଙ୍କୁ ପ୍ରସଂଶା କରିଛନ୍ତି ।

ସମ୍ବନ୍ଧିତ ଖବର