ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଜୁନପାଣି ନାକାପଡ଼ାରେ ଜଣେ ବୃଦ୍ଧ ଲକ୍ଷ୍ମୀଧର ମାଝୀ (୬୫)କୁ ହତ୍ୟା କରାଯାଇଛି। କିଛି ଦିନ ହେଲା ସେ ଚାଷ ଜମିରେ କୁଡ଼ିଆ କରି ରହୁଥିଲେ। ସୋମବାର ସକାଳେ ଲକ୍ଷ୍ମୀଧରଙ୍କ ବଡ଼ପୁଅ ବିଶେଷ ମାଝୀ ବାପାଙ୍କୁ ଦେଖିବାକୁ ଚାଷ ଜମିକୁ ଯାଇଥିଲେ। ଲକ୍ଷ୍ମୀଧର ରୋଷେଇ କରୁଥିବା ଦେଖି ସେ ଚାଲି ଆସିଥିଲେ।
ଜମିରୁ ଆସିବାର କିଛି ଘଣ୍ଟା ପରେ ଲକ୍ଷ୍ମୀଧରଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ବିଶେଷ ଖବର ପାଇଥିଲେ। ଖବର ପାଇବା ପରେ ସେ ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ଡଗ୍ ସ୍କ୍ବାଡ୍ ସହ ତଦନ୍ତ କରାଯାଇଥିବା ତଦନ୍ତ ଅଧିକାରୀ ନବଘନ ଗଉଡ଼ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/paddy-land-333.jpg)