ଝରିଗାଁ: ଝରିଗାଁ ସଦର ମହକୁମା ସ୍ଥିତ ସ୍ୱର୍ଗତ ନଟ ଭତ୍ରାଙ୍କ ପତ୍ନୀ ବୁଧବାରୀ ଭତ୍ରା(୬୦)ଙ୍କ ସାପ କାମୁଡାରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ସୂଚନା ଅନୁସାରେ, ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବୁଧବାରୀ ବରଣ୍ଡିପାରୀ ସ୍ଥିତ ନିଜ ଚାଷ ଜମିରେ ଧାନ କାଟିବା ପାଇଁ ଯାଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡିଥିଲା। ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ଲୋକ ଉଦ୍ଧାର କରିବା ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ଡାହାଣ ଗୋଡରେ ସାପ କାମୁଡିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ସ୍ଥାନାନ୍ତର କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ସୂଚନାଥାଉକି ବୁଧବାରୀଙ୍କ ଘରେ ଜଣେ ମାତ୍ର ଝିଅ ଅସହାୟ ଅବସ୍ଥାରେ ରହିଥିବାରୁ ପ୍ରଶାସନ ପକ୍ଷରୁ ସହାୟତା ପ୍ରଦାନ କରାଯିବାକୁ ସାଧାରଣରେ ଦାବି ହୋଇଛି। ଝରିଗାଁ ପୋଲିସ ଏସଂପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ଏସ୍ଆଇ ସୁବାସ ବେହେରା କହିଛନ୍ତି।
ସାପ କାମୁଡାରେ ବୃଦ୍ଧାଙ୍କ ମୃତ୍ୟୁ
/sambad/media/post_attachments/wp-content/uploads/2017/11/nabarang.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)